STORYMIRROR

Chittaranjan Nanda

Inspirational

4  

Chittaranjan Nanda

Inspirational

ସୃଷ୍ଟି କରିବା ବଞ୍ଚିବାର ମାର୍ଗ

ସୃଷ୍ଟି କରିବା ବଞ୍ଚିବାର ମାର୍ଗ

1 min
222

ସମାଜର ହିତେ ଲେଖନୀ ଚାଳିତ ହୁଏ 

ବୋଲି ତା ନାମ ଅଟେ ସାହିତ୍ୟ   

ସମାଜ ପ୍ରଗତି ପାଇଁ ଲାଗେ ସାହିତ୍ୟିକ

ନଥାଏ ସମୟ ବୁଝିବାକୁ ନିଜ ସ୍ୱାର୍ଥ


ସେ ତ ସଂସ୍କୃତିର ଜାଗ୍ରତ ପ୍ରହରୀ, ଜ୍ଞାନର

ଆଲୋକେ, ସାହିତ୍ୟ ହୁଏ ଦର୍ପଣ

ଅନ୍ୟ ହିତେ ଯଦି ଚାଲୁ ନହୁଏ ଲେଖନୀ 

ଲେଖାର ଗୁଣ ଜ୍ଞାନ ହୁଏ ଅକାରଣ  


ମାନପତ୍ର ପାଇବାର ନିଶାରେ, ନିଜ ସ୍ୱାର୍ଥେ

ସାହିତ୍ୟିକ ହୁଏ ଅଧର୍ମେ ଧାବମାନ

ପ୍ରଶଂସା ସାଉଁଟିବା ପାଇଁ, ତା ସତ୍ତା ହରାଏ,

କୁଆଡୁ ଆସିବ ତାର ଦମ୍ଭ ଓ ମାନ


ଯୋଗ୍ୟତାବିହୀନ ଲେଖନୀ, ପାଇଛି ଯେତେ

ରାଜାରାଜୁଡାରେ ମାନ ସନମାନ

ମାନପତ୍ର ସୁବିଧା ସୁଯୋଗ ପାଇ ମଧ୍ୟ ଅଛିକି 

ପୃଥିବୀର ଇତିହାସେ ତାର ଓଜନ 


ସାହିତ୍ୟରେ ରଚିଲେ ଘୃଣା ଧର୍ମାନ୍ଧତାର ମାନ,

ଶୁଣିବାକୁ ଭଲ, ଆଦର ହବନି କେବେ

ପକ୍ଷପାତ ବିହୀନ ନ୍ୟାୟ ସଙ୍ଗତ କାହାଣୀ ଦୁଃଖ

ଦୂର କରି ହୃଦୟରେ ନୂତନତା ଜାଗେ 


ଅଭାବ ରହିଛି ଲେଖାରେ ଆଜି ଗରିବ ଶ୍ରମିକ 

ମୂଲିଆ ଦଳିତ ପତିତର ଦୁଃଖ କଥା

ଲେଖନୀରେ ଖାଲି ଜାବୁଡ଼ି ଧରିଲେ ପ୍ରେମ ପ୍ରଣୟକୁ

କିଏ ଆଙ୍କିବ ନାରୀ ନିର୍ଯ୍ୟାତନା ବ୍ୟଥା   


ମନରେ ଆସୁଛି, ମୃତ୍ୟୁ ଯେ ନିଶ୍ଚିତ, କାହିଁକି ମାତିବା

ଘୃଣା ହିଂସା ଅନ୍ୟାୟ ଈର୍ଷା ଭାବ ରଚିବାରେ

ହେ ମୋର ସାହିତ୍ୟିକ, ସୃଷ୍ଟି କରିବା ମଣିଷ ମନରେ 

ବଞ୍ଚିବାର ଶ୍ରେଷ୍ଠ ମାର୍ଗ ଏହି ଧରିତ୍ରୀ ପୃଷ୍ଠରେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational