ସ୍ରଷ୍ଟା ବିଚିତ୍ର ସୃଷ୍ଟିର
ସ୍ରଷ୍ଟା ବିଚିତ୍ର ସୃଷ୍ଟିର
ଆଲୁଅର କ୍ଷୀଣଧାରା ଆସେଯେବେ
ଅନ୍ଧାରର ବକ୍ଷ ଭେଦି
ଅନନ୍ତ ଆନନ୍ଦର ଅବାରିତ ଧରାରେ
ସିକ୍ତ ହୁଏ ସମଗ୍ର ଧରଣୀ ।
ଅବବୋଧ ହୁଏ ଏକ ଭଗବତ ସତ୍ତାର
ଅତ୍ର ତତ୍ର ସର୍ବତ୍ର
ଜାଗ୍ରତ କରିଦିଏ ସର୍ବାଗ୍ରେ
ଚିନ୍ତା ଚେତନା ଓ ଚୈତନ୍ୟର ।
ଯେତେ ଯେତେ ବଢି ଚାଲେ
ଆଲୋକର ପ୍ରଖରତା
ଜୀବନ ଜୀବିକାର ଦ୍ୱାହି ଦେଇ
ମାୟାର କବଳିତ ହୁଏ ଅମୃତ ଆତ୍ମା ।
ଶୁଣି ବି ଶୁଣେ ନାହିଁ
ବିବେକର ଆର୍ତ୍ତ ଚିତ୍କାର
ବିଚିତ୍ର ବଡ ୟେ ସୃଷ୍ଟି ଆଉ ସ୍ରଷ୍ଟା
ନିର୍ଦେଷ ତାର ନିଜକୁ (ସ୍ୱରୂପ)
ଖୋଜ ଜୀବନ ସାରା... ।