STORYMIRROR

Pranati Mahapatra

Tragedy

3  

Pranati Mahapatra

Tragedy

ସରିନି ସପନ

ସରିନି ସପନ

1 min
13.4K


ପ୍ରେମ ପ୍ରଣତି -୮୪


ସରିନି ସପନ ପାହିଗଲା ରାତି

ହୋଇତ ଗଲା ସକାଳ,

ପାରିଜାତ ନେବାପାଇଁ ଆସିଥିଲି

ମିଳିଲା ଯେ ମହାକାଳ ଫଳ।

ନୟନ ପିତୁଳା ହୃଦରତ୍ନ ପରି

ମୋ ପାଶେ ସାଇତି ଥିଲି,

ମହାବାତ୍ୟା ଆଉ ଘୋର ବିଭୀଷିକା

ତା ମଧ୍ୟେ ହଜାଇ ଦେଲି।

ରଥ ବି କହୁଛି ପଥ ବି କହୁଛି

ଅନ୍ତର ବି ଆଜି କହୁଛି,

ତୋ ପାଇଁ ମୁଁ ମୋ ପାଇଁ ତୁ

ବିଧାତା ଆମକୁ ଗଢିଛି।

ଶରୀରଟା ସିନା ବୋଲ ମାନିଯାଏ

ମନ ଜମା ଥୟ ଧରେନା,

ଝାଞ୍ଜି ପବନର ଯାତନାକୁ କେବେ

ଭୁଲିବି ଭୁଲି ପାରେନା।

ଦୁଃଖ ପାହାଡ଼ରେ ଘରକରି ଆଜି

ହୋଇଛି ତ ସର୍ବଂସହା,

କଣ୍ଟକିତ ପଥେ ପୁଷ୍ପବୃଷ୍ଟି କରି

ଅନାଏ ଆନନ୍ଦେ ଆହା।

ଏ ଜନମ ମୋର ସାର୍ଥକ ନ ହେଉ

ଆର ଜନ୍ମେ ଥିବି ଚାହିଁ,

ହୃଦୟ ସିନ୍ଦୁକେ ପ୍ରେମ ଚାବି ଦେଇ

ରଖିବିରେ ତୋତେ ମୁହିଁ।


ଶିକ୍ଷୟିତ୍ରୀ

*ପ୍ରଣତି ମହାପାତ୍ର*

*ବାଲେଶ୍ଵର*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy