STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ସରିଗଲା ଏବେ

ସରିଗଲା ଏବେ

1 min
346


ସରି ଗଲା ଏବେ ବାଇଶିର କାଳ

       ମହାକାଳେ ହେବ ଲୀନ

ତେଇଶି ଆସିବ ଶୀତ ସକାଳରେ

       ପୁଲକିତ କରି ମନ।


ସଜେଇ ହେଲାଣି ପ୍ରକୃତି ରାଣୀ ଯେ

       ରାସ୍ତା ଘାଟ ନିରିମଳ 

ବନ ଉପବନେ ଭଳି ଭଳି ଫୁଲ

       ନଦୀ ହୁଏ କଳ କଳ।


ସୁନେଲୀ ସୁରୁଜ ଏଇ ବାର୍ତ୍ତା ଦିଏ

        ପ୍ରକୃତି ଧରମ ରଖ

ମୃଦୁ ମନ୍ଦ ଛନ୍ଦେ ସମୀରଣ ବହି

       ତେଇଶୀ କୁ ରଖ ପାଖ।


ସୁଖ ଦୁଃଖ ଯେତେ ଆସୁ ତା ବାଟରେ

       ସାମନା କରିବା ଶିଖ 

ଝଡ ଚାଲିଯିବ ଝଡ଼ର ବାଟରେ

       ଜୀବନକୁ କରି ତୀଖ ।


ସଞ୍ଜମ ଚଳଣୀ ଉନ୍ନତ ଭାବନା

      ହେଉ ତେଇଶୀର ମାନ

ପାଳନ କରିଲେ ଧରା ହେବ ପୁଣ୍ୟ

      ଦେବ ଭୂମିର ବେଢ଼ଣ।


ଏହି ଅଳି କରୁ ହେ ନିଳାଦ୍ରୀ ନାଥ

      ଶୁଭ କର ତେଇଶୀ କୁ

ଅନାଇ ବସିଛୁ ତାର ପଥ ଚାହିଁ

       ଉଡ଼ାଅ ତୁମ ବାନାକୁ।



Rate this content
Log in

Similar oriya poem from Action