STORYMIRROR

Sunanda Mohanty

Inspirational Others Children

3  

Sunanda Mohanty

Inspirational Others Children

ସ୍ଵର୍ଗ ସମ ମର୍ତ୍ତ୍ୟ ପିତା ମାତା ଗୁରୁ ଥିଲେ

ସ୍ଵର୍ଗ ସମ ମର୍ତ୍ତ୍ୟ ପିତା ମାତା ଗୁରୁ ଥିଲେ

1 min
196


ପିତା ରୂପୀ ଗୁରୁ 

ଜ୍ଞାନର ଭଣ୍ଡାର ଆଦର୍ଶ ମୋତି 

ମାତା ରୂପୀ ଗୁରୁ 

ଯା ପଣତେ ସ୍ନେହ ପ୍ରେମ ମମତା ପ୍ରୀତି 

ଗୁରୁ ରୂପୀ ଜ୍ଞାନୀ ଗୁଣୀ ବିଦ୍ୱାନ 

ଶିଖାନ୍ତି ସରଳତା ଭରା ଶାନ୍ତି ପ୍ରୀତି ଓ ମୈତ୍ରୀ 

କେହି ରହିନାହିଁ ରହିବେ ନାହିଁ ଏ ଭବସାଗରେ 

ପାଇ ଗୁରୁ ଶିକ୍ଷା ଦୀକ୍ଷା ରଖିବୁ କୀର୍ତ୍ତୀ 

ଆଦର୍ଶରେ ଅନୁପ୍ରାଣିତ କର ହେ ବିଦ୍ୟାଦାତ୍ରୀ 

ଦିଅ ସରସ୍ବତୀ ଆଶୀର୍ବାଦ ଓ ସଂହତି ଭକ୍ତି 

ପିତୃପୁରୁଷଙ୍କ ପାଦଚିହ୍ନ ଦେଖି ବାହି ସଂସାର ତରୀ 

ଦିଅ ମା ସରସ୍ବତୀ ନକରି ସ୍ମୃତିକୁ ଇତି 

ଶୁଭବସ୍ତ୍ର ପରିହିତା ହଂସବାହିନୀ ମା ସରସ୍ବତୀ 

ବରଷକେ ଥରେ ଓଲ୍ହାଇ ଧରାରେ ଦିଅ ସଦବୁଦ୍ଧି ଜ୍ଞାନ ଶ୍ରୁତି 

ଶାସନ ଅନୁଶାସନ ଭିତରେ ଦିବ୍ୟ ଚେତନା ଭରି 

କଣ୍ଟକ ପଥେ ଚଳିବାକୁ ପିତା ଶିଖାନ୍ତି ନିତି 

କରୁଣା ବୁଣି ଜୀବନ୍ତ ସଂଜୀବନୀ ବୁଣି ମା 

ଶିଖାଏ ଆଗକୁ ଦି'ପାଦ,ପଛକୁ ଚାରିପାଦ ଫେରି ଚାଲୁଥା 

ଅଜ୍ଞାନ ହଟାଇ ଜ୍ଞାନ ଗାରିମା ଆଲୋକ ଦେଖାନ୍ତି ଗୁରୁ 

ପିତା ମାତା ଗୁରୁଙ୍କୁ ପ୍ରଣାମ ସରସ୍ବତୀଙ୍କ ସହ କରୁ 

ଘେନ ପ୍ରଣିପାତ ପିତା ମାତା ଗୁରୁ ଆମର 

ତୁମ ଶିକ୍ଷା ସଂସ୍କୃତି ପରମ୍ପରା ଭାଇଚାରା ଅପାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational