Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Abstract

3  

ବି. ନିରୁପମା

Abstract

ସରଗ ପରୀ ଠୁ ବଳି

ସରଗ ପରୀ ଠୁ ବଳି

1 min
11.7K


ଆଈ ଲୋ, ଏମିତି ଦରପଣ ଧରି

ସଜେଇ ହେଉଛୁ କେତେ ,

ନୂଆ ବୋହୂବେଳେ 'ପରୀ' ଦିଶୁଥିଲୁ-

ଅଜା କହୁଥିଲେ ମୋତେ


ଗାଧୁଆ ତୁଠରେ ବାଟରେ ଘାଟରେ

ହେଉଥିଲା ତୋର ଚର୍ଚ୍ଚା ,

ତୁଳନା କରିକି ଲୋକ କହୁଥିଲେ

ଜହ୍ନ ଠାରୁ ତୁହି ଫର୍ଚ୍ଚା


ଶିଖିଥିଲୁ ଘରୁ ସଣ୍ଠଣା ଯେତେକ

ପାରୁ ନ ଥିଲେ କେ ଖୁଣି ,

ଗାଆଁଟା ଯାକରେ କହୁଥିଲେ ତୋତେ

ସୁନାନାକୀ ବୋହୂରାଣୀ


ହାତେ ଲମ୍ବର ତୁ ଓଢ଼ଣା ଟାଣିକି

ଚାଲୁଥିଲୁ ସବୁବେଳେ ,

କଥା କହୁଥିଲୁ ମାପିଚୁପିକି ଲୋ

ଖୁଣ ନ ଥିଲା ତୋ ତିଳେ


ଗୁରୁଜନେ ଭକ୍ତି ଲଘୁଜନେ ସ୍ନେହ

ପଡ଼ୋଶୀଙ୍କୁ ମଧୁଭାଷ ,

ଅଜାଙ୍କର ମନ ବାନ୍ଧି ରଖିଥିଲୁ

ପକାଇ ତୋ ପ୍ରେମ ଫାଶ


ସେତେବେଳକାର ବେଶଭୁଷା ତୋର

ଉଠୁଥିଲା ପୂରା ଝଳି ,

ଏବେ ବି ଲୋ ଆଈ ରୂପଟି ତୋହର

ସରଗ 'ପରୀ'ଠୁ ବଳି


Rate this content
Log in

Similar oriya poem from Abstract