STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ସର୍ବଶ୍ରେଷ୍ଠ ମିତ ଆମର

ସର୍ବଶ୍ରେଷ୍ଠ ମିତ ଆମର

1 min
130

ଜୋଛନା ସବୁକୁ ଜହ୍ନ ରୁ ଚୋରେଇ,ରଙ୍ଗ ସବୁକୁ ଫଗୁଣୁ ଲୁଚେଇ,ଯେତେ ଯାହା କରୁ କବି, ନୀଳଚକ୍ରବାନା,ଥରେ ତାକୁ ଅନା, ପତିତପାବନବାନା,ଦିଶେ ତାର ପ୍ରତିଛବି. ସେ ଛବିରେ ଯେବେ ଆଖି ଯାଏ ଲାଖି, କିଏସେ ବିଦେଶୀ କିଏ ବା ସ୍ବଦେଶୀ, ଆଶିଷ ନେବାକୁ ମାଗି.କିଏ କେତେଦୁରୁ କେଉଁ ରାଇଜରୁ, ଏକତାର ମନ୍ତ୍ରେ ଜାଗି, ପୁରୀଧାମେ ଆସିଅଛି କୈବଲ୍ୟ ନେବାକୁ ମାଗି. ବଡ଼ଦାଣ୍ଡେ ଥରେ ପାଦ ରଖିନେଲେ ନେତରେ କେତେ ସଂକେତ ଏ ମନେ ଯାଏ ଜାଗି. ପୂରୁବ ଗୌରବ ପୂରୁବ ବୈଭବ ଫେରାଇ ଆଣିବା ଲାଗି. ପ୍ରତିଶ୍ରୁତି ନୁହେଁ ଲେଖନୀରେ କାରେ ପ୍ରସ୍ଫୁଟିତ ହେଉ ଆବାହନୀ ସଂଗୀତ ଗାଉ କବି, ପରପିଢି ପାଇଁ ଲେଖୁସେ ବାରତା ପୁଣିଥରେ ଉଇଁ ଆସିବା ପୁର୍ବରୁ ରବି. 

      ଆମ ପରମ୍ପରା ଭାବ ରେ ନିଆରା ଚକାଆଖିଆ ସେ ଜଗତନାଥ, ଆଜି ଏ ଆସରେ ଶୁଦ୍ଧିବୃନ୍ଦ ଗୁଣୀ ଜ୍ଞାନୀମାନୀଙ୍କ ହସ୍ତରେ ମହାପ୍ରଭୁଙ୍କର ଅଦୃଶ୍ୟ ହାତ. ସଭିଏଁ ଜାଣନ୍ତି ଫେରିଯିବା ଦିନେ ଭାଗ୍ୟ ଡୋରି ହେଉ ଯେତେ ଶକତ, ଉଡୁଥିବ ଏମିତି ପତିତପାବନବାନା ଅଧା ଅଧରରେ ଆଧାଗଢ଼ା ଦିଅଁ ଥିଲେ ଖାଲି ଲାଗୁଥିବ ଆଶ୍ୱସ୍ତ, ସାହିତ୍ୟ ଆସରେ ସାହିତ୍ୟ ପତ୍ରିକା ଭିତରେ କେବଳ ଜୀବନ ସଂଗୀତ. ଶାନ୍ତି ଟିକେ ପାଇଁ ପତିତପାବନବାନା, ତୋ ସଙ୍ଗେ ସାହିତ୍ୟସାଧକ ସକଳେ ବସିଛୁ ମିତ, ଘେନ ଟିକେ ପ୍ରଣିପାତ, କରୁ ମଥାନତ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract