STORYMIRROR

Shashanka sekhar Ray

Inspirational Others

3  

Shashanka sekhar Ray

Inspirational Others

ସର୍ବଂସହା

ସର୍ବଂସହା

1 min
93


ଟୋପାଏ ସିନ୍ଦୂର

ଦି ପଟ ଶଙ୍ଖା

ବାରହାତ ଶାଢୀ

ସୁନା ରୂପାର ଅଳଙ୍କାରେ

ଗଢା ଜୀବନ୍ତ ପ୍ରତିମାଟିଏ 

ଯିଏ ଲୁହକୁ ଲୁଚାଇ

ଛାତିର କୋହକୁ ଜାବୋଡି

ସବୁକିଛି ସହିପାରେ ନିରବେ ।


ପୁରୁଷର ଅତ୍ୟାଚାର ଝଡେ

ଭାଙ୍ଗିଯାଏ ସ୍ଵପ୍ନର କୁଡିଆ ଘର 

ତଥାପି ସେ ତା ପାଇଁ

ଲହୁ ଲୁହକୁ ଏକାଠି କରି 

ଜାଳୁଥାଏ ଦୀପାଳି 

ଶୁଭ ଶଙ୍ଖେ ମଙ୍ଗଳ ମନାସୀ

ତିଳ ତିଳ କରି ନିଜକୁ ଜାଳି

ମୁଖେ ହସ ଫୁଟାଏ ଅତି ଗରବେ ।


ନୁହେଁ ଭୋଗ୍ୟବସ୍ତୁ କାହାର ସେ

ବାସିଫୁଲ ସମ ରାତି ସରିଗଲେ

ଫୋପାଡି ଦିଆଯାଏ ତାକୁ ନାଳ ନର୍ଦ୍ଦମାରେ

ଅଥବା  

ପାଦେ ଦଳା ଚକଟା ଘାସ ପରି

ମରୁ ମରୁ ବଞ୍ଚୁଥାଏ ଦେଖି ଦେଖି

ଆକାଶର କଳାହାଣ୍ଡିଆ ମେଘକୁ 

ସପନର ବରଷାଟୋପାଟିଏ ଧରି ଆଖିରେ ।


ସହିଯାଅ ବୋଲି ତ ଅତ୍ୟାଚାର

କରିଚାଲେ ପୁରୁଷ ବାରମ୍ଵାର

ଦୁର୍ବଳତାର ସୁଯୋଗେ 

ଉଠ ଆଜି ତୁମେ ବହୁରୂପା 

ହାତେ ଖଡଗ ଧରି କର ସଂହାର

ନ୍ୟାୟ ପାଇଁ ପାପୀ ମ୍ଲେଚ୍ଛଙ୍କର

ପାଟି ଖୋଲି ଦିଅ ଉଚିତ ଜବାବ 

ଅନ୍ଧାର ହଟାଇ ବିଚ୍ ରାଜରାସ୍ତାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational