STORYMIRROR

Kalandi pal

Inspirational

3  

Kalandi pal

Inspirational

ସର୍ବାଗ୍ରେ ପୂଜିତ ତୁମେ ଗଣନାଥ

ସର୍ବାଗ୍ରେ ପୂଜିତ ତୁମେ ଗଣନାଥ

1 min
123

ସର୍ବାଗ୍ରେ ପୂଜିତ ହେ ପାର୍ବତୀ ସୂତ

  ପାର୍ବତୀ ଅଙ୍ଗୁ ସମ୍ଭୂତ

ମାତା ଆଜ୍ଞାଧୀନ ତୁମେ ଗଜାନନ

   ବକ୍ରତୁଣ୍ଡ ଏକଦନ୍ତ ।।


ବିଦ୍ୟାର ଭଣ୍ଡାର ତୁମେ ଗଣେଶ୍ୱର

  ଲମ୍ବୋଦର ବିଘ୍ନଜିତ

ଯୋଦ୍ଧା ବୀର ପଣେ କେହି ନୁହେଁ ସମେ

   ପରାଜୟ ପାଶୁପାତ ।।


ମଙ୍ଗଳେ ମାଙ୍ଗଲ୍ୟ ପଞ୍ଚ ଦେବ ତୁଲ୍ୟ

  ସ୍ଥାପନେ ଶୁଭ କଳସୀ

ଓମ୍ ଶୁଭ ଲାଭ  ମଙ୍ଗଳର ଭାବ

  ସ୍ୱରୁପରେ ଥାଅ ବସି ।।


ପୂଜା ଆବାହନେ  କିବା ବିସର୍ଜନେ

  ସର୍ବାଗ୍ରେ ତୁମେ ପୂଜିତ

ଦେଲେ ପାଶୁପାତ ହୋଇ ହରଷିତ

  ଏହି ବର ଗଣନାଥ ।।


ଲୋଡ଼ି ବିଷ୍ଣୁ ଶିବ  ତୁମ ପରାଭଵ

   ସଙ୍କଟ ଦିଅନ୍ତି ଏଡି

ଯମ ଯା ଚରଣେ  ମୂଷିକ ବାହନେ

   ରହିଛନ୍ତି ସଦା ପଡ଼ି ।।


ଜ୍ଞାନର ଭଣ୍ଡାର  ତୁମେ ଜ୍ଞାନେଶ୍ୱର

  ଯେ ତୁମ ଆଶିଷ ଲଭେ

ବଳ ବିଦ୍ୟା ବୁଦ୍ଧି   ଲଭଇ ସମୃଦ୍ଧି

   ଲଭେ ଅମରତ୍ଵ ଭବେ ।।


ଲଭିଲେ ଆଶିଷ  ଋଷି ବେଦବ୍ୟାସ

   ଦେଲେ ଦିବ୍ୟ ଜ୍ଞାନ ପଥ

ଅଠର ପୁରାଣ   କଲେ ସମାପନ

   ବନ୍ଦେ ଏ ସାରା ଜଗତ ।।



Rate this content
Log in

Similar oriya poem from Inspirational