STORYMIRROR

କଳ୍ପନା ରାୟ

Inspirational

2  

କଳ୍ପନା ରାୟ

Inspirational

ସ୍ପର୍ଶ

ସ୍ପର୍ଶ

1 min
92


ମୁଁ ଦେଖିଛି ଅନୁଭବ କରିଛି ସେ ସ୍ପର୍ଶ

ତୁମେ ବି ପାଇଛ ତାକୁ ଅନାୟାସରେ

ଉପଲବ୍ଧି କରିଛ କେଉଁ ବାଳୁତକାଳୁ

କହିବାକୁ ଗଲେ ସେ ମାଆର ଅତଳ ଗର୍ଭରୁ

ସମ୍ମୁଖ ଵ୍ୟକ୍ତି ଵି ଜାଣନ୍ତି ତାକୁ

ଅନୁଭବ କରିଛନ୍ତି ବହୁ କାଳରୁ

ଅନାଥାଶ୍ରମ ପିଲାଟିଏ ବି ଅନୁଭଵି

ପେଟ ଅଭିମନ୍ୟୁ ଯଦି ସେହି ସୁନ୍ଦର ସ୍ପର୍ଶ

ଯୋଗୁଁ ଚକ୍ରଵ୍ୟୁହ ଭିତରକୁ ଯାଇ ପାରିଲେ ।


ନରମ ମୁଲାୟମ ଶିଶୁକୁ ମାଆର ସ୍ପର୍ଶଠୁ

ଆରାମଦାୟକ ଆଉ କିଛି ନାହିଁ

ମୁଠାଏ ମମତା ଟିକିଏ ସ୍ନେହ ପାଇଁ

ନରଠୁ ପଶୁ ପର୍ଯ୍ୟନ୍ତ ସମସ୍ତେ ବଶ ହୁଅନ୍ତି

ସ୍ନେହର ସ୍ପର୍ଶ, ମମତାର ସ୍ପର୍ଶ ଅନନ୍ୟ

ତାଠୁଁ ଆଉ କିଛି ବଡ ହୋଇ ନ ପାରେ

ଟିକିଏ ସ୍ନେହ ମୁଠାଏ ମମତା ଆଦରର

ଫଲ୍ଗୁ ଧାରା ହୋଇ ବହିଯାଏ ଜୀବନ ନଦୀରେ ।


ଯାହା କାହିଁ କେତେ ଗୁଣରେ ଅଧିକ

ହୀରା ମୋତି ମାଣିକ ଭଳି ପଦାର୍ଥଠାରୁ

କେହି ଟଙ୍କା ଦେଇ ସ୍ନେହ ପ୍ରେମ କିଣେନି

କିଣି ପାରିନି କି କିଣି ପାରିବନି ମମତାର ମଧୁ

ଟିକିଏ ସ୍ନେହ ମୁଠାଏ ମମତା ପାଇଁ

କଞ୍ଜୁସ୍ ଵ୍ୟକ୍ତି ତାର ସର୍ବସ୍ବ ଅଜାଡି ଦିଏ

ଢାଳିଦିଏ ନିଜର ସର୍ବସ୍ବ, ଜୀବନ

ସେହି ଅନାବିଳ ପ୍ରେମ ନିକଟରେ

ସିଂହ ପରି ପଶୁ, ନାଗ ସାପ ମଧ୍ୟ

ଅକ୍ତିଆର କରିପାରେ ପ୍ରେମର ସ୍ପର୍ଶ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Inspirational