ସ୍ପର୍ଶ
ସ୍ପର୍ଶ


ମୁଁ ଦେଖିଛି ଅନୁଭବ କରିଛି ସେ ସ୍ପର୍ଶ
ତୁମେ ବି ପାଇଛ ତାକୁ ଅନାୟାସରେ
ଉପଲବ୍ଧି କରିଛ କେଉଁ ବାଳୁତକାଳୁ
କହିବାକୁ ଗଲେ ସେ ମାଆର ଅତଳ ଗର୍ଭରୁ
ସମ୍ମୁଖ ଵ୍ୟକ୍ତି ଵି ଜାଣନ୍ତି ତାକୁ
ଅନୁଭବ କରିଛନ୍ତି ବହୁ କାଳରୁ
ଅନାଥାଶ୍ରମ ପିଲାଟିଏ ବି ଅନୁଭଵି
ପେଟ ଅଭିମନ୍ୟୁ ଯଦି ସେହି ସୁନ୍ଦର ସ୍ପର୍ଶ
ଯୋଗୁଁ ଚକ୍ରଵ୍ୟୁହ ଭିତରକୁ ଯାଇ ପାରିଲେ ।
ନରମ ମୁଲାୟମ ଶିଶୁକୁ ମାଆର ସ୍ପର୍ଶଠୁ
ଆରାମଦାୟକ ଆଉ କିଛି ନାହିଁ
ମୁଠାଏ ମମତା ଟିକିଏ ସ୍ନେହ ପାଇଁ
ନରଠୁ ପଶୁ ପର୍ଯ୍ୟନ୍ତ ସମସ୍ତେ ବଶ ହୁଅନ୍ତି
ସ୍ନେହର ସ୍ପର୍ଶ, ମମ
ତାର ସ୍ପର୍ଶ ଅନନ୍ୟ
ତାଠୁଁ ଆଉ କିଛି ବଡ ହୋଇ ନ ପାରେ
ଟିକିଏ ସ୍ନେହ ମୁଠାଏ ମମତା ଆଦରର
ଫଲ୍ଗୁ ଧାରା ହୋଇ ବହିଯାଏ ଜୀବନ ନଦୀରେ ।
ଯାହା କାହିଁ କେତେ ଗୁଣରେ ଅଧିକ
ହୀରା ମୋତି ମାଣିକ ଭଳି ପଦାର୍ଥଠାରୁ
କେହି ଟଙ୍କା ଦେଇ ସ୍ନେହ ପ୍ରେମ କିଣେନି
କିଣି ପାରିନି କି କିଣି ପାରିବନି ମମତାର ମଧୁ
ଟିକିଏ ସ୍ନେହ ମୁଠାଏ ମମତା ପାଇଁ
କଞ୍ଜୁସ୍ ଵ୍ୟକ୍ତି ତାର ସର୍ବସ୍ବ ଅଜାଡି ଦିଏ
ଢାଳିଦିଏ ନିଜର ସର୍ବସ୍ବ, ଜୀବନ
ସେହି ଅନାବିଳ ପ୍ରେମ ନିକଟରେ
ସିଂହ ପରି ପଶୁ, ନାଗ ସାପ ମଧ୍ୟ
ଅକ୍ତିଆର କରିପାରେ ପ୍ରେମର ସ୍ପର୍ଶ