ସ୍ପର୍ଶ
ସ୍ପର୍ଶ


ତୁମକୁ ସ୍ପର୍ଶ କରିବା ପରେ
ସମୁତ୍ସକ ହୋଇଯାଏ ତନ୍ତ୍ରୀ
ବଡବାନଳ ପରି
ଉତ୍ତେଜନା ମୋ'ର ଅଙ୍ଗପ୍ରତ୍ୟଙ୍ଗରେ
ଅଭିଳାଷ ର ମିଛ ପ୍ରହେଳିକା
ସଞ୍ଚରିତ ହୁଏ ପ୍ରଶିରାରେ
ସମୀହ ହୋଇଯାଏ
କହିବାକୁ କାହା ସମ୍ମୁଖରେ ।
ସମାଗତ ବୁଦ୍ଧି ମୋର
ହଜିଯାଏ ତୁମରି ସ୍ପର୍ଶରେ
ଅଗ୍ନି ଉଦ୍ଗିରଣ ହୁଏ
ଅଜଣା କମ୍ପନ ରେ
ଅକୁହା ଯନ୍ତ୍ରଣା ରେ
ସମୂଚ୍ଛେଦ ସୃଷ୍ଟି କରେ
ମୋର ଆନ୍ଦୋଳିତ
ହୃଦୟର ନିଭୃତ କୋଣରେ ।
ଅଭାବ ପୂରଣ ଆଶା ମୋର
ଆନନ୍ଦେ ହସି ଉଠେ
କିଛି କ୍ଷଣ ପାଇଁ
ସମ୍ପୁଟ ଭିତରେ
ସ୍ଥୁଳ ବୁଦ୍ଧି ମୋର
ସହିଷ୍ଣୁତା ଅତିକ୍ରମ କରିଯାଏ
ସ୍ପର୍ଶ ପାଇବାର ପରେ ।
ଝଲସି ଯାଏ
ତୁମ ସେହି ସ୍ମେରାନନ
ସ୍ବଚ୍ଛ ବର୍ଣ୍ଣ ହୀନ
ସ୍ଫଟିକ ର ପରି
ସ୍ପର୍ଶ ମଣୀ ହଜିଯାଏ
ଚାଲିଯାଏ ତା ଗନ୍ତବ୍ୟ ପଥେ
ଆନ୍ଦୋଳିତ ପୂର୍ଣ୍ଣାଙ୍ଗ ଶରୀର
ସ୍ନାୟବିକ ଅଜଣା ଯନ୍ତ୍ରଣା ରେ
ତୁମରି ସ୍ପର୍ଶରେ
ତୁମରି ପ୍ରେମରେ ।