STORYMIRROR

Manaswini Dash

Inspirational

3  

Manaswini Dash

Inspirational

ସ୍ପର୍ଶ

ସ୍ପର୍ଶ

1 min
209

ମୋ ଜୀବନର ଅପରାହ୍ନରେ ତୁମ ସ୍ପର୍ଶ ଥିଲା 

ଦରଦୀ ବୁକୁରେ ଆବେଗର ବିଳାପ 

ଥରିଲା ଓଠରେ ରୋମାଞ୍ଚର ବିଳାପ 

ପ୍ରାକ ମୌସୁମୀର ଧଳା ସାଲରେ ଭିଜି ଭିଜି 

ଅନୁଭବ କରୁଥିଲି ହୃଦୟ ମଧ୍ୟରେ କଅଁଳୁଥିବା ଆଶାକୁ 

ମୋ ମନର ଉପକୂଳରେ ଲହଡି ଭାଙ୍ଗୁଥିଲା ଖୁସି 

ପ୍ରମତ୍ତ ପାଲଟିଥିଲି ଅଦମ୍ୟ ଇଚ୍ଛାରେ 

ହୃଦୟ ମଧ୍ୟରେ ଉଙ୍କି ମାରୁଥିଲା ଅନେକ ନିରବ ସଂଳାପ 

ନୂତନତାର ନୂତନ ଅନୁଭବ, ନୂଆ ସଂଚରଣ 

ତୁମ ସ୍ପର୍ଶରେ ମୁଁ ଥିଲି ମନ୍ତ୍ରମୁଗ୍ଧ, ସ୍ୱପ୍ନରେ ମଗ୍ନ 

ମାତ୍ର ତୁମେ ପାଲଟିଗଲ ଏକ ତିକ୍ତ ଅତୀତ 

ତୁମ ଲାଞ୍ଛିତ ପ୍ରତିଶ୍ରୁତିମାନ ପାଲଟିଗଲା 

କ୍ଷତାକ୍ତ ହୃଦୟରେ ନବରଚିତ ଇତିହାସଟିଏ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational