STORYMIRROR

Sagar Kumar Parida

Abstract Inspirational

4  

Sagar Kumar Parida

Abstract Inspirational

ସ୍ପର୍ଶ

ସ୍ପର୍ଶ

1 min
244

ମହତ ଜନର ସ୍ପର୍ଶରେ ମାନବ

ଶିଖିଇ ମହତ କଥା,

ହୀନଜନ ସ୍ପର୍ଶ ପାଇଛି ଯେ ନର

ହୋଇଛି ଜୀବନ ବୃଥା ।।

ସ୍ପର୍ଶମଣି ସ୍ପର୍ଶ ପାଇ ଲୌହଧାତୁ

ସୁବର୍ଣ୍ଣରେ ରୂପାନ୍ତର,

ବର୍ଷାଋତୁ ସ୍ପର୍ଶ ପାଇଲେ ଧରଣୀ

ହୁଏ ଟାଙ୍ଗରା ଶ୍ୟାମଳ।।

ଭଗବାନ ରାମ ଚରଣ ସ୍ପର୍ଶରେ

ଅହଲ୍ୟା ହେଲେ ମୁକତ,

କୁବୁଜା ହୋଇଲା ଅପୂର୍ବ ସୁନ୍ଦରୀ

ପାଇ କୃଷ୍ଣ କର ସ୍ପର୍ଶ ।।

ହନୁମାନ ପ୍ରଭୁ ରାମଙ୍କର ସ୍ପର୍ଶେ

ପାଇଲେ ପୂର୍ବର ବଳ,

କୋକିଳର ଡିମ୍ବ ପାଇ କାକ ସ୍ପର୍ଶ

ଡିମ୍ବରୁ ହୋନ୍ତି ବାହାର ।।

ରାମକୃଷ୍ଣଙ୍କର ଦିବ୍ୟସ୍ପର୍ଶ ପାଇ

ନରେନ୍ ବିବେକାନନ୍ଦ,

ହିନ୍ଦୁ ସଂସ୍କୃତିର ମହତ ବିଶ୍ୱରେ

ପ୍ରସରିଲେ ସେହି ବୁଦ୍ଧ।।

ଗୁରୁଙ୍କର ଦିବ୍ୟପରଶ ପାଇଲେ

ଅଜ୍ଞାନତା ଯାଏ ହଟି,

ସବୁ ପାପ ତାପ ଭସ୍ମ ହୋଇଯାଏ

ଜପିଲେ ଦିବ୍ୟ ନାମଟି ।।

ତପନର ସ୍ପର୍ଶ ପାଇଲା ମାତ୍ରକେ

ପଦ୍ମ ହୁଏ ପସ୍ପୁଟିତ,

ଚନ୍ଦ୍ରର କିରଣ ସ୍ପର୍ଶକୁ ପାଇଲେ

କଇଁ ମନ ଉତ୍ ଫୁଲିତ।।

ଜୀବନରେ ସଦା ଉତ୍ତମ କରମ

କରହେ ମାନବ ଗଣ,

ସେହି କରମରୁ ପାଇଯିବ ଦିନେ

ଦିବ୍ୟସ୍ପର୍ଶ ଭଗବାନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract