ସପନେ ଆସୁଛ କାହିଁ
ସପନେ ଆସୁଛ କାହିଁ
ସପନେ ଆସୁଛ କାହିଁ ପ୍ରିୟତମା
ଭାଙ୍ଗୁଛ ମୋହର ନିଦ
ହୃଦୟରେ ରହି ଭାବନା ସହିତ
ନିଇତି କରୁଛ ବାଦ।
ଅଳସୁଆ ପଣ ଯାଉନି ଦୂରେଇ
ଖେଳୁଅଛି ଲୁଚକାଳି
ସପନ ମଞ୍ଚରେ ଡିସ୍କୋ ଯେ ନାଚୁଛ
ବଜାଇ ଭେରୀ କାହାଳୀ।
ଶୋଇଲେ ଚେଇଁଲେ ପ୍ରତି ମୁହୂର୍ତ୍ତରେ
କାହିଁ କର ଆନମନା
ତୁମ ପ୍ରତିଛବି ଭାସୁଛି ଆଖିରେ
ଆଗୋ ମୋ ନୀଳନୟନା।
ଆସିବାର ଅଛି ଯଦି ତୁମେ ଆସ
ବାସ୍ତବରେ ପାଖେ ମୋର
ଅନୁରୋଧ ମୁହିଁ କରୁଛି ସଜନୀ
ନିଦ ମୋର,
କରନାହିଁ ଚୁରମାର।
ଜାଣିଛି ମୁଁ ନାହିଁ ସାହସ ତୁମର
ସମ୍ମୁଖେ ହେବାକୁ ଠିଆ
ଲୁଚିଛପି ନିତି ସପନରେ ଆସି
ମତେ ବନାଉଛ ଭୁଆଁ।

