STORYMIRROR

Sarojini Behera tiki

Romance

3  

Sarojini Behera tiki

Romance

ସପନେ ଆସୁଛ କାହିଁ

ସପନେ ଆସୁଛ କାହିଁ

1 min
378


ସପନେ ଆସୁଛ କାହିଁ ପ୍ରିୟତମା

ଭାଙ୍ଗୁଛ ମୋହର ନିଦ

ହୃଦୟରେ ରହି ଭାବନା ସହିତ

ନିଇତି କରୁଛ ବାଦ।

ଅଳସୁଆ ପଣ ଯାଉନି ଦୂରେଇ

ଖେଳୁଅଛି ଲୁଚକାଳି

ସପନ ମଞ୍ଚରେ ଡିସ୍କୋ ଯେ ନାଚୁଛ

ବଜାଇ ଭେରୀ କାହାଳୀ।

ଶୋଇଲେ ଚେଇଁଲେ ପ୍ରତି ମୁହୂର୍ତ୍ତରେ

କାହିଁ କର ଆନମନା

ତୁମ ପ୍ରତିଛବି ଭାସୁଛି ଆଖିରେ

ଆଗୋ ମୋ ନୀଳନୟନା।

ଆସିବାର ଅଛି ଯଦି ତୁମେ ଆସ

ବାସ୍ତବରେ ପାଖେ ମୋର

ଅନୁରୋଧ ମୁହିଁ କରୁଛି ସଜନୀ

ନିଦ ମୋର,

କରନାହିଁ ଚୁରମାର।

ଜାଣିଛି ମୁଁ ନାହିଁ ସାହସ ତୁମର

ସମ୍ମୁଖେ ହେବାକୁ ଠିଆ

ଲୁଚିଛପି ନିତି ସପନରେ ଆସି

ମତେ ବନାଉଛ ଭୁଆଁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance