STORYMIRROR

Raja Sekhar CH V

Romance

4  

Raja Sekhar CH V

Romance

ସ୍ପନ୍ଦିତ ହୃଦୟ

ସ୍ପନ୍ଦିତ ହୃଦୟ

1 min
236


ତୁମ ସହ ଯେବେ ହେଲା ପରିଚୟ,

ସ୍ପନ୍ଦିତ ହୃଦୟ ହର୍ଷ ରେ କରିଲା ଲୟ,

ମନରେ ନିର୍ମାଣ କରିଲ ନିର୍ମଳ ନିଳୟ,

ତୁମ ସାମିପ୍ୟ ସଦା ଶୁଭଙ୍କର ଶୁଭମୟ ।୧। 


ତୁମ ପ୍ରୀତି ମୋତେ ଅତ୍ୟନ୍ତ ପ୍ରିୟ,

ମୋ ପ୍ରଣୟ ନୁହେଁ ନାଟ ଅଭିନୟ,

ମୋ ପ୍ରେମଯୁଦ୍ଧ କରିଦିଅ ବିଜୟ,

ତୁମ ସହ ଜୀବନ କରିବି ବ୍ୟୟ ।୨।


ଯୌବନ ଯେ ଜୀବନ ର ଅପରିବର୍ତ୍ତନୀୟ ଅଧ୍ୟାୟ,

ତୁମ ସାହା ବିନା ନିରର୍ଥକ ଏହି ପରବର୍ତ୍ତୀ ପର୍ଯ୍ୟାୟ,

ଆସନ୍ତା ନବଭାବରେ ଅନୁପ୍ରାଣୀତ କ୍ଷଣ କର ସୁଖମୟ,

ଉଭୟ କରିବା ନିଜର ମର୍ମସ୍ଥାନ ର ବିନୋଦିଆ ବିନିମୟ |୩|


ଅଧୀର ଅସ୍ଥିର ହେଲାଣି ମୋ ସ୍ପନ୍ଦିତ ହୃଦୟ,

ତୁମେ କେବଳ ଦେଇ ପାରିବ ଯାହାକୁ ଥୟ,

ଜୀବନସଙ୍ଗିନୀ ହୋଇ କର ମୋତେ ଅକ୍ଷୟ,

ବୁଝିବାକୁ ପ୍ରଚେଷ୍ଟା କର ମୋ ଅନୁରାଗ ଅଭିପ୍ରାୟ |୪|



Rate this content
Log in

Similar oriya poem from Romance