STORYMIRROR

Sanjya Tripathy

Classics

4  

Sanjya Tripathy

Classics

ସ୍ଵପ୍ନ

ସ୍ଵପ୍ନ

1 min
187


ସ୍ଵର ସହର ଏଇ ସ୍ଵପ୍ନର ସହର

ସର୍ବତ୍ର ପୃଭୂକ ମଣିଷଙ୍କର ସମାହାର

ଅସୁମାରି ଆଶା ଓ ଭଳିତ ଆକାଂକ୍ଷା ନେଇ

ମଣିଷ ଆଗେଇ ଯାଏ ଜୀବନର ଚଲାପଥରେ

ଅନେକ ଝଡଝଞ୍ଜା ଓ ଘାତ ପ୍ରତିଘାତ

ଅପେଷିତ ଅବସାଦ ଓ ଅକଳନ୍ତି ଆଶଙ୍କା

ସବୁରି ଭିତରେ ମଣିଷକୁ ଆଗେଇ ନିଏ ସପ୍ତ ପ୍ରେରଣା ଦିଏ

ଇଏ କେମିତି ଅଗ୍ରଗତି ଓ ଐଶ୍ଵର୍ଯ୍ୟର ସ୍ୱପ୍ନ ଦେଖୁ ନ ହେଲେ

ବିନାଶର ବିଭୀଷିକା ମଧ୍ୟରେ ସହୁଥାନ୍ତା ମଣିଷ

ପୁଣି ସେମିତି ଅଦେହର ଅବ୍ୟକ୍ତ ଦେହାତୀତ ଅନୁଭୂତି

ଅନଙ୍ଗର ଅନ୍ତର୍ବାଦ ଭରା ମଦନ ଯନ୍ତ୍ରଣା

ସବୁ କିଛି ହରେଇ, ହଜେଇ ଦେଇଥିବାର

ଅପ୍ରାପ୍ତିର ଅପରିସୀମ ଅନୁଶୋଚନା

ସବୁ କିଛି ଆସିଥାଏ ଭାସିଥାଏ ସ୍ଵପ୍ନରେ

ଯେ ମାନବର ଏକାନ୍ତ ଆଦିମ ଏକାନ୍ତ ନିଜ

ସତ୍ୟ ଏକ ମହାଜାଗତିକ ସତ୍ୟତାର

ଉଙ୍କିମାରେ ମହାକାଳର କିର୍ବେଦ

ଘୋଷଣାର ଆହୁଆଳରେ

ଠିକ ସେମିତି ସପୁର ସଞ୍ଜବତୀ ସୁଧାରେ

ଚଳ ଚଳ ହୁଏ ପ୍ରକୃତ-ପଙ୍କ ଲଙ୍ଗିଯାଏ ଘର

ସ୍ମୃତିର ସରହଦକୁ ସୃଷ୍ଣ ବିଳାସୀ କବିଟିଏ ଗୋଟାଇ ଆଣେ ।

ସୃଜନଶୀଳତାର ସୁରମ୍ୟ ଅଥଚ ସମ୍ପୂର୍ଣ୍ଣ ପୃଥକ

ଏକ ଚନ୍ଦ୍ରକାନ୍ତ ମଣି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics