STORYMIRROR

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ସପନ

ସପନ

1 min
297


ନିଦ ର ସାଥୀ ଟି ସ୍ବପ୍ନ ସେ ଅଟଇ

ନିଦ ହେଲେ ଆସିଯାଏ,

କେବେ କେଉଁ ସ୍ବପ୍ନ ଦେଖିଥାଉ ଆମେ

ହିସାବ ତାର ନଥାଏ,

କେବେ ଭୟଙ୍କର ସ୍ବପ୍ନ ଦେଖି ଆମେ

ନିଦ ରେ ଚିତ୍କାର କରୁ,

କେବେ ଖୁସି ର ସପନ କୁ ଦେଖି

ମନେ ମନେ ହସ ଭରୁ l


ଯୁବକ ସମୟ ସ୍ବପ୍ନ ପ୍ରେମଭରା

ପରୀ ରାଇଜ ର କଥା,

ରାତି ପାହିଗଲେ ସ୍ବପ୍ନ ତୁଟି ଯାଏ

ଅବାସ୍ତବ ସେତ ବୃଥା l

କିଛି କିଛି ସ୍ବପ୍ନ ମନେ ରହିଥାଏ

କିଛି ପୁଣି ଭୁଲିଯାଉ,

ପାହାନ୍ତିଆ ସ୍ବପ୍ନ ସତ୍ୟ ହୋଇଥାଏ

କହିଥାନ୍ତି ଶୁଣି ଥାଉ l


ସ୍ବପ୍ନ ଟି ଅଟଇ ମନ ର ତଳ ର

ଅତୃପ୍ତ ଅଧୁରା ଇଚ୍ଛା,

ବାସ୍ତବ ରେ ଯଦି ପୂରଣ ନହୁଏ 

ସପନେ ପ୍ରକଟେ ଆଶା l


କର୍ମ ବିନା ସ୍ବପ୍ନ ସତ୍ୟ ହୁଏ ନାହିଁ 

କର୍ମ କରିବାକୁ ହୁଏ,

କର୍ମ ନ କରିଲେ ତୁଚ୍ଛା ସ୍ବପ୍ନ ଦେଖା

ଅଯଥା ଲାଭ ନଥାଏ l

ଗାନ୍ଧିଜୀ ଙ୍କ ସ୍ବପ୍ନ ସାର୍ଥକ ହୋଇଲା

ଭାରତ ହେଲା ସ୍ୱାଧୀନ,

ରାମ ରାଜ୍ୟ କିନ୍ତୁ କରିବା ପୂର୍ବରୁ

ଗଲେ ଅମର ଭୁବନ l


 ଅବଦୁଲ୍ କଲାମ୍ ସ୍ବପ୍ନ ଦେଖିଲେ

ଭାରତ ବିକାଶ ପାଇଁ,

ବିଂଶ ତ୍ତୋରୀ ବିଂଶ ପୂରଣ କରିବା

ଇଚ୍ଛା କୁ ହୃଦରେ ବହି l

ସ୍ବପ୍ନ କୁ ଦେଖିବା ଭଲ କଥା ଟିଏ

କର୍ମ ବଳେ ଚେଷ୍ଟା କଲେ,

କରମ ସହିତ ସପନ ମିଶିଲେ

ପୂର୍ଣ୍ଣ ହୁଏ ଅବହେଳେ ।



Rate this content
Log in

Similar oriya poem from Inspirational