Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alaka Nanda

Tragedy

3  

Alaka Nanda

Tragedy

ସପନ

ସପନ

1 min
196


ସପନ ରେ ଦେଖା ହେଲା କାଲି ତୁମ ସାଥେ,

ତୁମେ ଡାକି ଦେଲ,ମୁଁ ଚାଲି ଗଲି ତୁମ ସାଥେ।(୧)


ନେଇଗଲ ମତେ ତୁମେ ସପନ ପୁରୀ କୁ,

କୁଞ୍ଜ ବନେ ବସେଇଲ,ସେଠି ଝୁଲିବାକୁ।(୨)


ହାତ ଧରି ବସାଇଲ ସେ ଫୁଲ ଦୋଳିରେ,

ପାଶେ ଆସି ବସିଗଲ କେଡେ ସରଗରେ।(୩)


ଦିହେଁ ଆମେ ଆଖି ବୁଜି ଝୁଲିଲେ ଦୋଳିରେ,

ହଜିଗଲେ ସୁବାସିତ ଫୁଲ ର ଗନ୍ଧ ରେ।(୪)


ମଳୟ ର ସେଇ ମିଠାମିଠା ପରଶ ରେ,

ନାଚୁଥିଲା ଆମ ମନ ଅତି ଉଲ୍ଲାସ ରେ।(୫)


ଆଖି ଖୋଲି ଯେତେବେଳେ ଚାନ୍ଦ କୁ ଦେଖିଲେ,

ଦିହେଁ ହଜିଗଲେ ଆମ ଦିହିଁଙ୍କ ଭିତରେ।(୬)


କପୋତ କପୋତୀ ଭଳି ଦିହେଁ ବସିଥିଲେ,

ବେଳ କଟିଗଲା କିଛି ଜାଣି ନ ପାରିଲେ।(୭)


ବିତିଗଲା ରାତି ଝୁଲି ଝୁଲି ସେ ଦୋଳିରେ,

ଉଠି ଦେଖେ ଶୋଇଚି ମୁଁ ଏକା ମୋ ଶେଯ ରେ।(୮)


ବିତିଗଲା ଗୋଟେ ରାତି ତୁମ ଗହଣରେ,

ସପନ ରେ ଆସି ଚାଲିଗଲ ସପନରେ।(୯)



Rate this content
Log in

Similar oriya poem from Tragedy