STORYMIRROR

DEEPALI JENA

Abstract

4  

DEEPALI JENA

Abstract

ସ୍ଵପ୍ନ

ସ୍ଵପ୍ନ

1 min
335

ତୁମେ ଧାଇଁ ଚାଲିଚ ଅଣନିଶ୍ଵାସୀ ହେଇ

ପ୍ରାପ୍ତ କରିବାକୁ ସେ ଦୂର ଆକାଶର ଜହ୍ନ, 

ଜୀବନ ସାଜିଚି ମରୀଚିକା,

ସମୟର ଗତି ପ୍ରଖର

କଣ୍ଟାର ଆଘାତ ଯେତିକି ବାଜେ -

ମନର ନିଆଁ ସେତିକି କୁହୁଳେ,

ମନନେଇ ଛାଡିଦିଏ ଅନ୍ଧାରି କବରୀ ଭିତରେ

ସ୍ଵପ୍ନସବୁ ହାହାକାର କରିଉଠେ ନିର୍ଜନ ବେଳାରେ, 

ପୁଣି ନିଜେ ନିଜକୁ କବରୀ ଦଉଥାଏ ଅନ୍ତିମ ବେଳାରେ

ହୀରାଭଳି ଚିକ୍ ଚିକ୍ କରୁଥିବା ଜୀନିଷଟି -

କାଚପରି କ୍ଷଣକରେ ଭାଙ୍ଗିଯାଏ.. 

କାହାକୁ କହିବ ତୁମ ସ୍ଵପ୍ନ ବିଷୟରେ 

ଭାଇ, ବନ୍ଧୁ, ପରିବାର କେହି ଶୁଣିବେନି, 

ତୁମ ସ୍ଵପ୍ନଟି ସବୁଜଘାସ ପରି ଚେଇଁ ଉଠୁଥିବା ବେଳେ

ସେମାନଙ୍କର କଟାକ୍ଷ ଚାହାଣିରେ-

ଆପେଆପେ ଝାଉଁଳି ଜାଉଥିବ,

ତୁମେ ପୁଣିଥରେ ନିଜ ସ୍ଵପ୍ନକୁ କବରୀ ଦବାକୁ ବାଧ୍ୟହବ... ।।



Rate this content
Log in

Similar oriya poem from Abstract