ସ୍ଵପ୍ନ
ସ୍ଵପ୍ନ
ତୁମେ ଧାଇଁ ଚାଲିଚ ଅଣନିଶ୍ଵାସୀ ହେଇ
ପ୍ରାପ୍ତ କରିବାକୁ ସେ ଦୂର ଆକାଶର ଜହ୍ନ,
ଜୀବନ ସାଜିଚି ମରୀଚିକା,
ସମୟର ଗତି ପ୍ରଖର
କଣ୍ଟାର ଆଘାତ ଯେତିକି ବାଜେ -
ମନର ନିଆଁ ସେତିକି କୁହୁଳେ,
ମନନେଇ ଛାଡିଦିଏ ଅନ୍ଧାରି କବରୀ ଭିତରେ
ସ୍ଵପ୍ନସବୁ ହାହାକାର କରିଉଠେ ନିର୍ଜନ ବେଳାରେ,
ପୁଣି ନିଜେ ନିଜକୁ କବରୀ ଦଉଥାଏ ଅନ୍ତିମ ବେଳାରେ
ହୀରାଭଳି ଚିକ୍ ଚିକ୍ କରୁଥିବା ଜୀନିଷଟି -
କାଚପରି କ୍ଷଣକରେ ଭାଙ୍ଗିଯାଏ..
କାହାକୁ କହିବ ତୁମ ସ୍ଵପ୍ନ ବିଷୟରେ
ଭାଇ, ବନ୍ଧୁ, ପରିବାର କେହି ଶୁଣିବେନି,
ତୁମ ସ୍ଵପ୍ନଟି ସବୁଜଘାସ ପରି ଚେଇଁ ଉଠୁଥିବା ବେଳେ
ସେମାନଙ୍କର କଟାକ୍ଷ ଚାହାଣିରେ-
ଆପେଆପେ ଝାଉଁଳି ଜାଉଥିବ,
ତୁମେ ପୁଣିଥରେ ନିଜ ସ୍ଵପ୍ନକୁ କବରୀ ଦବାକୁ ବାଧ୍ୟହବ... ।।
