STORYMIRROR

Sambit Srikumar

Classics Fantasy Inspirational

3  

Sambit Srikumar

Classics Fantasy Inspirational

ସ୍ଵପ୍ନ

ସ୍ଵପ୍ନ

1 min
175


ନିଠୁର ଜୀବନ ନୁହଁଇ ମୋହର

ନିରୁତା ଶତ ପ୍ରତିଶତ ସତ୍ଯ

ସ୍ବପ୍ନେ ଜୀଏଁ ମୁହିଁ ସ୍ବପ୍ନ ମୋର

ଏକା ବଞ୍ଚିବାର ଉପଲକ୍ଷ୍ଯ।

ଆଖିରେ ମୋହର ଅସୁମାରି

ସ୍ବପ୍ନର ଉତ୍ତାଳ ଜୁଆର

ମନରେ ତ ମୋର ଅସମାହିତ

ପ୍ରଶ୍ନର ଅସରା ଭଣ୍ଡାର।

ସତ୍ୟ ଓ ସ୍ବପ୍ନର ବିରୋଧାଭାଷରେ

ସଦା ଖୋଜେ ମୁଁ ଉତ୍ତର

ଜୀବନର ସବୁ ଗୁଢ଼ ରହସ୍ୟର

କରିବା ପାଇଁକି ନୂଆ ଅବିଷ୍କାର।

ଖିଆଲି ମନ ମୋର ମାନେ ହାର

ପାଣ୍ଡୁର ବାସ୍ତବତାର ପାଶରେ

ଯେବେ ନମିଳଇ ଇଚ୍ଛିତ ଉତ୍ତର

ବେଦନାରେ ବ୍ୟଥିତ ହୁଅଇ ଅନ୍ତର।

ଯେବେ ଠାରୁ ମୁହିଁ ନେଇଛି ଶିଖି

ଜୀଇଁବାର କଳା ସ୍ବପ୍ନ ସହିତ

ସେବେଠୁ ଜୀବନେ ମୋହର ଭରିଛି

ଦୁନିଆର ସବୁ ଖୁସି ଅଫୁରନ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics