ସପନ
ସପନ
ଅବିରତ ଚାଲିଛି ସମୟ ରୀତି
ଅତୀତ ବର୍ତ୍ତମାନ ଭବିଷ୍ୟ ନୀତି |୧|
ଅତୀତ ଫେରେନି ଜାଣ କେବେ
ଭାବି ଚିନ୍ତି ସରବ କାମ କରିବେ |୨|
ସପନ ରହିଛି ରହିବ ରହିଥିବ
ସବୁ ସପନ ତ ହେବନି ସମ୍ଭବ |୩|
କିଛି ସ୍ୱପ୍ନ ଭୟଙ୍କର କନ୍ଦାଇ ଥାଏ
କିଛି ସ୍ୱପ୍ନ ବି ଆମକୁ ଜଗାଇ ଥାଏ |୪|
କିଛି ସପନ ବି ଅତ୍ୟନ୍ତ ବିସ୍ମୟକର
ମଣିଷକୁ ହସାଏ ସପନ ବିହ୍ୱଳ ଭାବର |୫|
ସ୍ୱପ୍ନ କାଳେ କାଳେ ଅଟେ କ୍ଷଣସ୍ଥାୟୀ
ସମୟ ଗରଭେ କିଛି ଯାଏ ଉଭେଇ |୬|
କିଛି ସ୍ୱପ୍ନ ରହିଯାଏ ତ ସପନରେ
ଭାସିଯାଏ ସମୟ ସୁଅ ଧାରରେ |୭|
ଅତୀତେ ବିତିଯାଇଥିବା ସପନ
ଅଫେରା ଫେରିବନି ଆଉ ଜାଣ |୮|
ତେବେ ହୃଦୟେ ଜଗାଇ ମୋହ
ଭାବିଲେ ଦୁଃଖ ଦୂର ହେବ କି କୁହ |୯|
ସ୍ଥିତପ୍ରଜ୍ଞ ଯଦି ରହିବ ସବୁ ସମୟ ତ
ସପନ ଅପୂରଣରେ ନହେବ ଦୁଃଖିତ |୧୦|