ସପନ ବଣିକତୋ ପାଇଁ ମୋ ସପନମୋ ପାଇ
ସପନ ବଣିକତୋ ପାଇଁ ମୋ ସପନମୋ ପାଇ
ସପନ ବଣିକ
ତୋ ପାଇଁ ମୋ ସପନ
ମୋ ପାଇଁ ତୋ ସପନ
ସମସ୍ତଂକ ପାଇଁ ସମସ୍ତଂକର ସପନ
ଏଇ ସପନ ରାଇଜରେ
ସପନ ଦୋକାନ ବୁଲୁ ବୁଲୁ
ମୁଁ ବନିଲି ସପନ ବଣିକ ।
ବାର ରାଇଜ ତେର ନଦୀ ସେପାରେ
ଏ ସପନ ଗୁଡାକର ଭାଉ ବହୁତ ବେଶି
ତେଣୁ ମଲି ନେଲି ମୋର ସପନର ତରୀ
ପହଂଚିବା ମାତ୍ରେ ସବୁ ସପନ ବିକା-ସବୁଶେଷ
କାହିଁକିନା ଆତ୍ମବଡିମା ସବୁବେଳେ
ଦେଖିବାକୁ ଚାହେଁ ହୀନମନ୍ୟତା
ପରବର୍ତୀ କ୍ଷେପରେ ଭେଟି ଦେବି ରାକାଂକୁ-ରାଜମହଲକୁ
ସର୍ବୋତ୍କୃଷ୍ଟ ସପନ ଗୁଡିକ ତିଆରି କରିବାକୁ ହେବ
କଳାବାଦଲ ସେ ପରେ ଭାସିଆସେ ସପନର ଭାନୁମତୀ
ତା ପେଡିରୁ ଖୋଲିବି ନିତ୍ୟ ନୂତନ ସପନ
ସପନ ବଣିକ ମୁଁ- ହାତରେ ମୁଠାଏ ସପନ
ଶୈଶବ ରୁ ବାଦ୍ଧକ୍ୟ- ପ୍ରତିଟି ପର୍ଯ୍ୟାୟର
ଏବେ ହାତ ଖୋଲିବାକୁ କହିବେ ରାଜନେତା
ପ୍ରଶାସକ ଓ ବୁଦ୍ଧିଜୀବୀ
ହାତ ମୁଠା ଖୋଲିଲି- କିଛି ନାହିଁ
ମୋ କାନରେ କହିଦେଲା ହଳଦୀ ବସଂତ
ମୁଁ କରିଛି ସପନ ଚୋରି- ଭାବ୍ ନା
ଏହି ଅର୍ଥଗୃଧ୍ର ଦଲ କାହିଁକି ବା ନିଅଂତେ ସପନ
ସପନର ହକ୍ଦାର କେବଳ ତ
ମୁଁ ଜାଗରୁକ ହୋଇଗଲି
ଏବେ ହେବ ବିହଂଗ ବିପ୍ଳବ
ଯା’ ର ସୂତ୍ରଧାର ହଳଦୀ ବସଂତ
ବା
ପକ୍ଷକର ସମ୍ମିଳିତ ଆକ୍ରମଣରେ
ମାଟି ଚାଟିବେ ସମାଜର ଠିକାଦାର ଗଣ
ମୋ ହାତମୁଠା ପୁଣି ପୂର୍ଣ୍ଣ ହୋଇଯିବ ସପନରେ
ଯେଉଁ ଇଲାକାକୁ ନିଶାର୍ଦ୍ଧରେ ଆସଂତି
ଶ୍ରୀରାମ, ଶାଂଧୀ, ସୁରେନ୍ଦ୍ର ଓ ଗଂଗାଧର
ଯେତେ ସବୁ ସ୍ଵପ୍ନ, ଦୁଃସ୍ବପ୍ନ ଓ ଦିବାସ୍ୱପ୍ନରେ
ମାଡି ଆସଂତି ଦାନ ମାଝି ମାନେ
ମାଡି ଆସଂତି ନଗଡାର ନଷ୍ଟଚରିତ୍ର
ସପନ ସବୁ ଯଦି ମରିଯାତେ ଫୁଲଗଛ ପରି
ତେବେ କ’ଣ ପାଇଁ ମଣିଷ ମଂଦି ହେବ ସକାଳରୁ ସଂଜ
ସପରେ ଅଚି ବୁଦ୍ଧିଜୀବୀର ଚିଂତାର ଉପପାଦ୍ୟ
କବିତାର ନିଟୋଳ ମିନାର
ଯୁଗସଂଧର ମାହେନ୍ଦ୍ର ମୁହୁର୍ତ
ସପନରେ ହେଉଅଛି
ମାନବବାଦର ଉନ୍ମେଷ ଓ ଉତ୍ତରଣ
ପକ୍ଷପ୍ରଶ୍ନର ପ୍ରହେଳିକା
ଅସରଂତି ଅବୋଲକରା କାହାଣୀ
କିଛି ଅକୁହା କଥା ଓ ଅଦେଖା ବ୍ୟଥାର ସମାହାର
ସୁତରାଂ ହେ ପ୍ରିୟା,
ସପନବଣିକର ରାଜ୍ୟକୁ ପହଁରି ଆସ
ସପନଭର୍ତି ଏକ ଫୁଲ ସାଂଗୁଡିରେ ।।
