STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ସଫଳତା

ସଫଳତା

1 min
160

ବଞ୍ଚିବା ମରିବା

ଜୀବନେ ଜୀବିକା ନିର୍ବାହ କରିବା

ଭାବନ୍ତି ଆମ ଜନତା

ସତେ କି ଅଟେ ଏ ସବୁ

ଆମ ଜୀବନର ସଫଳତା ।


ସଫଳ ବିଫଳ ହେବା

ଆମ ପାଇଁ ସବୁ

ଏ ନୁହେଁ କିଛି ନୂଆ କଥା

ହାରିବା ଜିତିବା

ଆମ ପାଇଁ ନୂଆ ନୁହେଁ

ଚେତନା ଓ ଚିନ୍ତା

ନୀତି ଆଦର୍ଶ କୁ ନେଇ

ବଞ୍ଚିବାର କଥା ହିଁ ଅଟେ

ଜୀବନର ବିଫଳତା ଆଉ ସଫଳତା ।


କିଏ ନେତା କିଏ ଜନତା

ସଭିଏଁ ନୁହଁନ୍ତି ରାଣ୍ଡୀ ପୁଅ ଅନନ୍ତା

କିଛି ନୀତି ନୈତିକତା କୁ ତ ନେଇ

ବଞ୍ଚୁଛି ଏ ମଣିଷ ଜାତି

କିଛି ଆଦର୍ଶ ବାସୀଙ୍କ ପାଇଁ ତ

ସମାଜ କୁହେ ସାମାଜିକତାର କଥା

ଏ ମଣିଷ ଜାତି ଦିଏ ତା'ର

ମାନବିକତା ର କଥା

କିଛି ନୀତି ନିଷ୍ଠ ବ୍ୟକ୍ତିତ୍ଵ ଙ୍କ ପାଇଁ

ମଣିଷ ଦିଏ ତା

ମଣିଷ ପଣିଆ ର ବାର୍ତ୍ତା

ତାହା ହିଁ ଏ ମଣିଷ ଜାତିର

ମାନବ ଜନ୍ମ ର ସାର୍ଥକତା

ଏ ମାନବ ସଭ୍ୟତା ର ସଫଳତା ।


ଏତେ କଳଙ୍କିତ କଳୁଷିତ

ସମାଜ ଭିତରେ ବି ବଞ୍ଚିଛି

ମଣିଷ ପଣିଆ

ଏ ମଣିଷ ଜାତି ଦିଏ

ତା'ର ପରିଚୟ

କୁହେ ତା'ର ମାନବିକତା ର କଥା

ଦୁର୍ନୀତି ଭ୍ରଷ୍ଟାଚାର ମଧ୍ୟେ ବି

ବଞ୍ଚିଛି ଏ ମଣିଷ ଜାତି

ଏତେ ଅନ୍ୟାୟ ଅତ୍ୟାଚାର ମଧ୍ୟେ ବି

ଏବେ ବି ବଞ୍ଚାଇ ରଖିଛି

ତା'ର ମଣିଷପଣିଆ ଓ ମାନବିକତା

ଏ କ'ଣ ନୁହେଁ ମଣିଷ ଜାତି ପାଇଁ

ମଣିଷ ର ସଫଳତା ?


ଗାନ୍ଧୀ, ଗୋପବନ୍ଧୁ, ସୁବାଷ ପରି ନେତା

ଏବେ ବଞ୍ଚିଛି ତାଙ୍କ ଆଦର୍ଶ

ଏବେ ବି ମଣିଷ ଜାତି ପାଇଁ

ମଣିଷ ଖୋଜୁଛି ସେମାନଙ୍କ

ନୀତି, ନୈତିକତା,

ସେବା ଓ ତ୍ୟାଗର ବାର୍ତ୍ତା

ଜୀବନ ପାଇଁ ଜୀବିକା ପାଇଁ

କର୍ମ ସଂସ୍ଥାନ ପାଇଁ

ଆପଣେଇ ପାର

ନିଜେ ନିଜର ନୀତି ସ୍ଵାର୍ଥପରତା

ହେଲେ ସାମୂହିକ ସ୍ଵାର୍ଥ କୁ

କର ନାହିଁ କେବେ ଅଣ ଦେଖା

ଜୀଇଁ ଥାଉ ଥାଉ

ମୃତ୍ୟୁ କୁ ଡାକି ଆଣିବାର ମାନେ

କେବଳ ସ୍ଵାର୍ଥପରତା

ସେ ନୁହେଁ ଜୀଇଁ ବାର ମାନେ

ସେ ନୁହେଁ ମଣିଷ ଜୀବନର ସଫଳତା ।


ଏ ମାନବ ଜନ୍ମ

କେବଳ ଅପର ପାଇଁ

ନିଜ ସୁଖେ ସୁଖୀ ରହି

ବଞ୍ଚିବା ଆମେ ଅନ୍ୟ ପାଇଁ

ରଖିବା ଆମେ ଆମ ମଧ୍ୟେ ଏକତା

ଶାନ୍ତି, ମୈତ୍ରୀ, ଭାଇଚାରା ରେ

ଜୀବନକୁ କରି ସରସ ସୁନ୍ଦର

ଆମ ମାନବ ଜନ୍ମ ରେ

ଆଣିବା ଆମେ ସଫଳତା ।



Rate this content
Log in

Similar oriya poem from Abstract