ସଫଳତା ଥରେ ମିଳିଗଲେ
ସଫଳତା ଥରେ ମିଳିଗଲେ
ସଫଳତା ଥରେ ମିଳିଗଲେ ତାହା ହୁଏନାହିଁ ଚିରସ୍ଥାୟୀ,
ବିଫଳତା ପୁଣି ଶେଷଫଳ ନୁହେଁ ଓଲଟି ପାରିବ ସେହି ।
ଲାଗି ରହିଥିଲେ ନିଷ୍ଠା-ପ୍ରେମ ଥିଲେ କରିଥିଲେ ଶ୍ରମଦାନ,
କଦାପି ଅଯଥା ଯିବନାହିଁ ଫଳ ଯାଉପଛେ କିଛିଦିନ ।
ଆଜି ଯେ ଜିତିଛି କାଲି ହାରିପାରେ ପ୍ରଥମ ବି ହୁଏ ଶେଷ,
ଜିତିବା ରେକର୍ଡ ଭାଙ୍ଗିପାରେ କେହି କାନ୍ଦ ଦେଇପାରେ ହସ ।
ବିପଦ ଆସିବା ନୂଆକଥା ନୁହେଁ ଆସୁଥିବ ଯାଉଥିବ,
ସମ୍ପଦ ସେମିତି ବଢିବ କମିବ ଅତିବେଶି ପ୍ରାଣ ନେବ ।
ଅନ୍ଧାର ଥିବାରୁ ଆଲୋକ ସୁନ୍ଦର ତାରାଦିଶେ ଆକାଶରେ,
ଦୁଃଖ ପଛେ ପଛେ ସୁଖ ଆସିଥାଏ ମିଛରେ ମଣିଷ ଡରେ ।
ହଜିଲା ଦରବ ମିଳିବାର ସୁଖ ଆଉ ବା କେଉଁଠୁ ମିଳେ?
ହସି ହସାଇବା ଲୋକକୁ ଦେଖିଲେ ତା' ଆଡ଼କୁ ମନ ଢଳେ ।
