STORYMIRROR

ମିତା ପଟନାୟକ

Abstract

2  

ମିତା ପଟନାୟକ

Abstract

ସୋମୋଲିଆ ଦେଶ ର ମା

ସୋମୋଲିଆ ଦେଶ ର ମା

1 min
2.9K

ଯେତିକି ଦିନ ମା ଉଦରରେ ଥିଲା 

ଯଦିଓ ବହଳ ଅଂଧାର ଥିଲା 

କିଂତୁ

ଖୁବ ନିରାପଦ ଥିଲା 

ମା ନାଡ଼ ରୁ ବେଶ ଖାଦ୍ୟ ଶୋଷିନେଉ ନେଉ 

ବୁଲି ଆସୁଥିଲା ଗାଢ଼ ଅଂଧାର ମୂଳକରେ 

ବେଳ ଅବେଳା ରେ କୁନି ପାଦ ରେ ମା କୁ 

ଠେଲା ମାରି ଦେଉ ଥିଲା

ମା ଢାଙ୍କି ଆଣୁଥିଲା 

ତାଳି ପକା ଚାଦର ପେଟ ଉପରେ


ସେ ମା ର କଣ ଘର ଅଛି 

ନା ଘର ବୋଇଲେ ସେ କିଛି ବୁଝେ

ମନେ ନାହିଁ କେବେଠୁ ସେ ଅଛି ଏଠି 

ତା 'ପରି ଅନେକେ ଏଠି 

କିଏ ଯୁଦ୍ଧରେ ଘାଇଲା 

ଆଉ କିଏ ଲୁହ ଢାଳୁଥାଏ ନିତି 

ହଜି ଯାଇଥିବା ଆତ୍ମୀୟ ପାଇଁ

ସରକାରୀ ବାବୁ ୟେ ପରା 

ନିରାପଦ ଆଶ୍ରୟ ସ୍ଥଳୀ


ନିରାପଦ ର ବ୍ୟାଖ୍ୟା ଏଠି ଅଲଗା 

ଯୁଦ୍ଧ ବିଗୁଲ ରେ ଥକି ଯାଇଥିବା 

ସୈନ୍ୟ ର ଶଯ୍ୟା ସଙ୍ଗିନୀ ହୁଏ 

ଆସର୍ଣ୍ଣ ପ୍ରସବା ମା ଟିଏ ବି 

କେବଳ ନିରାପଦ ପ୍ରସବ ଆଶା ରେ

ମା ବୁଝେନା ଯୁଦ୍ଧ ର ମାନେ 

ସେ ଧାର ଧରେନା ଗ୍ରେନେଡ଼ ଟୋପ କମାଣ ହିସାବ


ମା

ସେ ଚାହେଁ ଆଉ ଏକ ପିଢି 

ସୁସ୍ଥ ନିରାପଦ ସିଢି 

ନିଜ ଶରୀର ବଦଳେ 

ଦେଇପାରେ ଜନ୍ମ ଆଉ ଏକ 

ନୂଆ ସମୟ 

ନୂଆ ଅଧ୍ୟାୟ 

ନୂଆ ସଂସ୍କରଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract