ସଞ୍ଜ ଘଣ୍ଟା
ସଞ୍ଜ ଘଣ୍ଟା
ତାର ଭିଜା ଭିଜା ଆଖିତଳ ପତା
କେତେ ଯେ ଯମୁନା ବହିଲାଣି ସେଠୁ
କେତେ ନଉକା ହଜାନ୍ତି ନିଜ ସତ୍ତା
ଗଭୀର ଗଣ୍ଡରେ ହୋଇ ଆକ୍ତା ମାକ୍ତା ।
ସମୟ ସାଗରେ ଶାମୁକା ଭିତରେ
ଖୋଜୁ ଖୋଜୁ ମୁକତି ଜୀବନ ମୁକ୍ତା
ହଜିଗଲା କୁଆଡେ ନିଜ ପତ୍ତା ସତ୍ତା
ଦଉଡ଼ି ଦଉଡ଼ି କ୍ଳାନ୍ତ ଅବସନ୍ନ ଜୀବନଟା ।
କହିଲେ ଲେଖିଲେ ସରିବନି ଜମା
ସେତ ଅସରନ୍ତି ହୃଦ ଗୀତି କବିତା
ଗହନ ମନର ଅପ୍ରକାଶ୍ୟ କେତେ ବ୍ୟଥା
ଗୋଟେ ଛୋଟ ବାଇ ଚଢେଇର କଥା ।
କେତେ ଅଙ୍କା ବଙ୍କା ଉଠାଣି ଗଡାଣି
ଚାଲୁଛି ଆହୁରି କେତେ ବାକି ଅଛି
ଚାଲିବାକୁ ତାର ଅଜଣା କେତେ ରାସ୍ତା
ଖୋଜୁ ଖୋଜୁ ସେଇ ଦୁର୍ଲ୍ଲଭ ମୁକ୍ତ। ।
ମୋକ୍ଷ ମୁକତି ମୁକ୍ତା ଖୋଜୁ ଖୋଜୁ ତାର
ପୂରୁବ ସୁରୁଜ ପଶ୍ଚିମେ ନୂଆଏଁ ମଥା
ସମୟ ପଠେଇଛି ଫେରିଯିବା ବାତିନି
ସଞ୍ଜଘଣ୍ଟା କେବେ ବାଜିବ ଲେଖିଛି କି ଧନୀ !
