STORYMIRROR

Satyabati Swain

Classics Others

4  

Satyabati Swain

Classics Others

ସଞ୍ଜ ଘଣ୍ଟା

ସଞ୍ଜ ଘଣ୍ଟା

1 min
325


ତାର ଭିଜା ଭିଜା ଆଖିତଳ ପତା

କେତେ ଯେ ଯମୁନା ବହିଲାଣି ସେଠୁ

କେତେ ନଉକା ହଜାନ୍ତି ନିଜ ସତ୍ତା

ଗଭୀର ଗଣ୍ଡରେ ହୋଇ ଆକ୍ତା ମାକ୍ତା ।


ସମୟ ସାଗରେ ଶାମୁକା ଭିତରେ

ଖୋଜୁ ଖୋଜୁ ମୁକତି ଜୀବନ ମୁକ୍ତା

ହଜିଗଲା କୁଆଡେ ନିଜ ପତ୍ତା ସତ୍ତା

ଦଉଡ଼ି ଦଉଡ଼ି କ୍ଳାନ୍ତ ଅବସନ୍ନ ଜୀବନଟା ।


କହିଲେ ଲେଖିଲେ ସରିବନି ଜମା

ସେତ ଅସରନ୍ତି ହୃଦ ଗୀତି କବିତା

ଗହନ ମନର ଅପ୍ରକାଶ୍ୟ କେତେ ବ୍ୟଥା

ଗୋଟେ ଛୋଟ ବାଇ ଚଢେଇର କଥା ।


କେତେ ଅଙ୍କା ବଙ୍କା ଉଠାଣି ଗଡାଣି

ଚାଲୁଛି ଆହୁରି କେତେ ବାକି ଅଛି

ଚାଲିବାକୁ ତାର ଅଜଣା କେତେ ରାସ୍ତା

ଖୋଜୁ ଖୋଜୁ ସେଇ ଦୁର୍ଲ୍ଲଭ ମୁକ୍ତ। ।


ମୋକ୍ଷ ମୁକତି ମୁକ୍ତା ଖୋଜୁ ଖୋଜୁ ତାର

ପୂରୁବ ସୁରୁଜ ପଶ୍ଚିମେ ନୂଆଏଁ ମଥା

ସମୟ ପଠେଇଛି ଫେରିଯିବା ବାତିନି

ସଞ୍ଜଘଣ୍ଟା କେବେ ବାଜିବ ଲେଖିଛି କି ଧନୀ !



Rate this content
Log in

Similar oriya poem from Classics