Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ସନ୍ତର୍ପଣ-ଗୁପ୍ତରେ

ସନ୍ତର୍ପଣ-ଗୁପ୍ତରେ

1 min
109



 ସନ୍ତର୍ପଣରେ ସୂର୍ଯ୍ୟ ଉଦୟ ଓ ଅସ୍ତ

 ସନ୍ତର୍ପଣରେ ସକାଳ ଓ ସନ୍ଧ୍ୟା       

 ସନ୍ତର୍ପଣରେ ଦିନ ସରିଯାଏ

 ସନ୍ତର୍ପଣରେ ରାତି ହୋଇଯାଏ।


ଗୁପ୍ତ ରେ କଥାବାର୍ତ୍ତା

ଗୁପ୍ତ ରେ ସାକ୍ଷାତ୍

ଗୁପ୍ତ ରେ ହସ,ଗୁପ୍ତ ରେ ବି କାନ୍ଦ

ଗୁପ୍ତ ରେ ସବୁକିଛି

ଗୁପ୍ତ କଥା ବି ଫୋନ୍ ରେ।


ଗୁପ୍ତ ରେ ଚୁଲି ଜଳୁଛି

ଗୁପ୍ତ ରେ ପରଷା ହେଉଛି

ଗୁପ୍ତ ରେ ଭୋଜନ

ଗୁପ୍ତ ରେ ସଭିଏଁ ଖାଆନ୍ତି

ଫୋନ୍ ମଝିରେ ମଝିରେ।


ଗୁପ୍ତ ରେ ହସନ୍ତି ବାପା ମା

ଗୁପ୍ତରେ ହସନ୍ତି ଭାଇ ଭାଉଜ

ଗୁପ୍ତ ରେ ସଭିଏଁ ହସନ୍ତି

ଫୋନ୍ ମଝିରେ ମଝିରେ।


ଗୁପ୍ତ ରେ ଗ୍ରୀଷ୍ମ ଆସୁଛି

ଗୁପ୍ତ ରେ ଶୀତ ବି ଆସୁଛି

ଟପ୍ ଟପ୍ ବରଷା ର ବୁନ୍ଦା

ବର୍ଷା କିନ୍ତୁ ଆସୁଛି ଗୁପ୍ତ ରେ।


ପକ୍ଷୀ ଦାନା ଖାଇବାକୁ ଆସୁଛି

ସେ ବି ଗୁପ୍ତ ରେ ଆସୁଛି

ଘର ଭିତରକୁ ଯିଏ ଯାଉଥିଲା

ଗୁପ୍ତ ରେ ହିଁ ଯାଉଥିଲା

କୁକୁର ବି ଗୁପ୍ତ ରେ ଘରେ ପଶୁଛି।


ଟଣା ଓଟାରା , ଝିକା ଝିକି, ଠେଲା ପେଲା

ଅହଙ୍କାର ଦେଖେଇବା

ଚାପୁଡ଼ା ମାରିବା

ସବୁକିଛି ଗୁପ୍ତ ରେ

ଫୋନ୍ କଲ୍ ମଝିରେ ମଝିରେ।


ସକାଳୁ ସକାଳୁ କିଏ ?

ଗୁପ୍ତ ରେ ପ୍ରବେଶ କରିଛି !

ଗୁପ୍ତ ରେ ସବୁ ଚୋରି କରିଛି

ଓଃ ହ,ଫୋନ୍ ଏବେ ଘର ଭିତରେ

ଫୋନ୍ ହିଁ ଘରେ ପ୍ରବେଶ କରିଛି

ଗୁପ୍ତ ରେ ମୋ ଠାରୁ ଚୋରି କରିଛି

ତୁମ ଠାରୁ ବି ଚୋରି କରିଛି

ଦିନରେ ରାତିରେ ,ସବୁବେଳେ

ଆମର ନିରବତା ର ସୁଯୋଗ ନେଇ

ଫୋନ୍ ହିଁ ସବୁ ଚୋରି କରୁଛି,ଗୁପ୍ତ ରେ।



Rate this content
Log in

Similar oriya poem from Abstract