STORYMIRROR

SOUBHAGYABATI GIRI

Inspirational Others

3  

SOUBHAGYABATI GIRI

Inspirational Others

ସନ୍ତାନ

ସନ୍ତାନ

1 min
238

ଯୋଉଦିନ ତତେ ପ୍ରଥମେ ଜାଣିଲି,

ସେଦିନ ତତେ ମୁଁ ଦେଖି ନ ଥିଲି।

କେବଳ ତୋ ସତ୍ତାକୁ ଅନୁଭବ କରିଥିଲି ମୋ ଭିତରେ,

ମୋ ହୃଦୟର ପ୍ରତିଟି ସ୍ପନ୍ଦନରେ।

ହଠାତ୍ ମୋ ଜୀବନ ଭରପୁର ହେଇଗଲା ସୁନେଲୀ ସ୍ୱପ୍ନରେ,

ମନରେ ଅସଂଖ୍ୟ ସ୍ୱପ୍ନ ବୁଣିବୁଣି ଭାବୁଥିଲି

କେବେ ଆସିବୁ ତୁ ମୋ ହାତ ପାହାନ୍ତାକୁ, 

ତତେ ଦିବ୍ୟଗୁଣରେ ଭୂଷିତ କରି ଧରାକୁ ଆଣିବାକୁ

ମନରେ ଭରିଦେଲି ଆଧ୍ୟାତ୍ମିକତା,ପୂଜାପାଠ,ଭକ୍ତି,

ତୁ ପରା ଜଠରରେ ରହି ସବୁ ଶୁଣୁଥିଲୁ ଠିକ୍ ଅଭିମନ୍ୟୁ ପରି।

ତତେ ଏ ଧରାପୃଷ୍ଠକୁ ଆଣିବାକୁ ବିତିଗଲା କେତେ ବିନିଦ୍ର ରଜନୀ,

ବିତିଗଲା ଦଶମାସ ଦଶଦିନ,

କେତେ ଅସହ୍ୟ ଯନ୍ତ୍ରଣାକୁ ଆତ୍ମସ୍ଥ କରି,

କେତେ ନିଃଶବ୍ଦ ରକ୍ତକ୍ଷରଣ ସହି,

ତତେ ମୁଁ ଦେଖେଇଲି ସୁନେଲି ସୂର୍ଯ୍ୟ।

ତୋ ପାଦତଳେ ବିଛେଇଦେଲି ସ୍ନେହର କୋମଳ ଗାଲିଚାଟିଏ,

ତୋ ଉପରେ ଘୋଡାଇଦେଲି ସୁରକ୍ଷାକବଚ ସ୍ୱରୂପ ପଣତକାନିଟିଏ,

ଶେଷରେ ଠାକୁରଙ୍କ ପାଖେ ମଙ୍ଗଳ ପ୍ରଦୀପଟିଏ ଜାଳିଦେଇ,

ତୋ ମଙ୍ଗଳ ମନାସି ଆସୁଛି ସେଦିନରୁ ଆଜିଯାଏ,

ଆଉ ମନାସୁଥିବି ମୁଁ ବଞ୍ଚିଥିବା ଯାଏ।



Rate this content
Log in

Similar oriya poem from Inspirational