Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhakar Patro

Abstract

3  

Sudhakar Patro

Abstract

ସନ୍ତାନ

ସନ୍ତାନ

1 min
11.5K


ଦାମ୍ପତ୍ୟ ଜୀବନ

ନୁହଇଁ କେବଳ

କାମନା ବାସନା ଭାଇ

ମାଆ ର ମମତା

ପିତା ଙ୍କ ର ତ୍ୟାଗ

ସୁସନ୍ତାନ ପ୍ରାପ୍ତି ପାଇଁ  


ମମତା ଓ ତ୍ୟାଗ

କେଡେ ବଳିଦାନ

ଅଭିଜ୍ଞ ହିଁ ଜାଣିପାରେ

ସବୁ ଜାଣି ଶୁଣି

ସ୍ଵାର୍ଥପର ପ୍ରାଣୀ

ନିଷ୍ଠୁର ବି ହୋଇପାରେ  


ଯୌବନ ରେ ମଦ

ବିଳାସ ରେ ଅନ୍ଧ

ମଦମତ୍ତ ଯେବେ ହୁଏ   

ସେବା ବଦଳରେ

ଛାଡ଼େ ଜରା ବାସେ

ପଛ କଥା ଭୁଲି ଯାଏ   


ନିଜର ସଂସ୍କୃତି

ଭୁଲିଣ ଦୁର୍ଗତି

ଆପଣାର କରି ନିଏ   

ସମୟ ଚଡକ

ମୁଣ୍ଡରେ ପଡ଼ିଲେ

ଅପରକୁ ଦୋଷ ଦିଏ 


ଯେ ଯାହା ଅର୍ଜଇ

ସେ ତାହା ଭୁଞ୍ଜଇ

ନୀତି ବାକ୍ୟ ଭୁଲିଯାଏ 

ଆପଣା ହସ୍ତରେ

ଜିହ୍ୱା ଯେ ଛେଦିବ

ତାକୁ ସାହା ହେବ କିଏ 

ତାକୁ ସାହା ହେବ କିଏ 



Rate this content
Log in

Similar oriya poem from Abstract