STORYMIRROR

Jagabandhu Sahu

Tragedy

2  

Jagabandhu Sahu

Tragedy

ସଂସାରୁ କାଟିଲି ମୋହ

ସଂସାରୁ କାଟିଲି ମୋହ

1 min
364


ତୋ ରାସ୍ତାରେ କେବେ ହେବିନି ମୁଁ କାଣ୍ଟା

ଯାଉଛି ବିଦାୟ ନେଇ

ଦେଖିବିନି ବୋଲି ତୋ ବିଧବା ବେଶ

ଆଗରୁ ଯାଉଛି ଶୋଇ

ମରିଗଲା ପରେ ମୋ ଶବ ଉପରେ

କାନ୍ଦିବୁନି ରଖି ମଥା

ଦୂରେ ଥାଇ ଟିକେ ଦେଖିଦେଇ ଯିବୁ

ମନରୁ ଲିଭିବ ବ୍ଯଥା

ଛଅଖଣ୍ତ ବାଉଁଶ ପାଳ ଦଉଡିରେ

ବନ୍ଧା ଏ କୋକେଇ ମୋର

ସ୍ବାମୀ ସୁଖ ସାଥେ ବନ୍ଧା ତୋ ଜୀବନ

ସୁଖରେ କରେ ତୁ ଘର

ଗାଆଁ ସେ ମୁଣ୍ତରେ ମଶାଣୀ ଭୂଇଁରେ

ଜଳିବ ଯୁଇଟା ମୋର

ପର କରି ଦେବେ ବନ୍ଧୁ ପରିଜନ

କାଟିଲି ମୋହ ସଂସାର

ଯୁଇର ନାଆଁରେ ଡହ ଡହ ହୋଇ

ଯେବେ ମୋ ଜଳିବ ଯୁଇ

ମଶାଣୀ ଭୂଇଁରେ ଯୁଇ ନିଆଁ ତଳେ

ରହିବି ପାଉଁଶ ହୋଇ


[ ପ୍ରେମ୍ କବି ଜଗବନ୍ଧୁ ସାହୁ ]

[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy