ସଂପର୍କର ସରଳାର୍ଥ
ସଂପର୍କର ସରଳାର୍ଥ
ସଂପର୍କର କେଉଁ ଏକ ଅବୁଝା ମୂହୁର୍ତ୍ତରେ
ମୋ ମନର ଦରିଆ ବୁକୁରେ
ତରୀଟିଏ ସାଜି ବୋହି ଆସିଥିଲ ତମେ
ନୀରବରେ ଖୁବ୍ ନୀରବରେ ।
ଭଲଭାବେ ଜାଣିଥିଲ ତମେ
ନଥିଲା ମୋ ଠାରେ ନିପୂଣତା
ପଢ଼ିବାକୁ ହୃଦୟର ଭାଷା ଆଉ ବର୍ଣ୍ଣ
ଅବା କରିବାକୁ ସ୍ନିଗ୍ଧ ଅନୁଭବ
ପବିତ୍ର ପ୍ରଣୟର ଶାଶ୍ଵତ ସ୍ପନ୍ଦନ ।
ତଥାପି ମୋ ସହ ବିତାଇଲ ତମେ
ତମର କେତେ ଯେ ଅମୂଲ୍ୟ ମୂହୁର୍ତ୍ତ
ବନ୍ଧୁତା କଲ ମୋ ସାଥେ
ହେଲେ ରଖିଲାନି କେବେ କିଛି ସର୍ତ୍ତ ।
ତମେ ଭାବିଥିଲ ସମୟ ସ୍ରୋତରେ
ସବୁକିଛି ଦିନେ ଠିକ୍ ହୋଇଯିବ
ଅଥଚ ସେମିତି ଯେ ଦିନଟେ କେବେ ଆସିବନି
ଏକଥା ତମେ କଣ ସେବେ ଭାବିଥିବ ।
ହଠାତ୍ ସବୁ ବଦଳିଗଲା
ସମୟ ଆଗରେ ତମେ ମଧ୍ୟ ଗଲ ହାରି
ବନ୍ଧୁ ଭାବେ ମୋ ପାଇଁ କେତେ ବା କରିଥାନ୍ତ
ତେଣୁ ଶେଷରେ ତମେ ବି ଚାଲିଗଲା
ସବୁଦିନ ପାଇଁ ମୈାନ ବେଶ ଧରି ।
ଏବେ କିନ୍ତୁ ମୁଁ ବୁଝି ପାରିଛି
ସବୁକିଛି ହରାଇ ସାରିବା ପରେ ;
ହେଲେ ସାହସ ମୋର ନାହିଁ
ତମକୁ ଖୋଜିଵାର
ହଁ ଖାଲି ଅପେକ୍ଷା କରିଛି
ତମ ଫେରିବା ବାଟକୁ
ଏକା ଏକା ଅପଲକ ନୟନରେ ।