Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Abstract

4.0  

Geetanjali Prusty

Abstract

ସଂପ୍ରୀତିର ମହାମନ୍ତ୍ର

ସଂପ୍ରୀତିର ମହାମନ୍ତ୍ର

1 min
284


ତିନି ଅକ୍ଷରରେ ଏକଇ ଶବଦ

ସଂସାରେ ଗୁରୁତ୍ୱ ବହେ

ସମ୍ପର୍କ ନାମରେ ସମ୍ମୋହନ ବାଣୀ

କାନେ କାନେ ସେତ କହେ l


ଏନ୍ତୁଡ଼ି ନିଆଁରୁ ଜୁଇ ନିଆଁ ଯାଏ

ମଧୁର ସମ୍ପର୍କ ସେତୁ

ଶରୀର ସହିତ ଆତ୍ମାର ସମ୍ପର୍କ

ବିଛିନ୍ନରେ ମହାମୃତ୍ୟୁ l


ମାଟି ଛୁଇଁ ଯେବେ ଜନମ ଲଭିଲି

ସମ୍ପର୍କରେ ଯୋଡ଼ି ହେଲି

ପିତା ମାତା ପୁଣି ବନ୍ଧୁ ପରିଜନେ

ମମତାରେ ବାନ୍ଧି ଦେଲି l


ମାତୃଭୂମିର ମୋ ସସ୍ନେହ ଆହ୍ୱାନେ

ସମ୍ପର୍କକୁ କରି ସୂତ୍ର

ଗଢ଼ିଲି ଜୀବନ ମାଆ ମାଟି ସାଥେ

ଗାଇ ସଂପ୍ରୀତିର ମନ୍ତ୍ର l


ଯୋଡ଼ିଲି ସମ୍ପର୍କ ପରମାତ୍ମା ସାଥେ

ବିଭୁ ପ୍ରେମେ ନେଇ ଦୀକ୍ଷା

ଗୋଟିଏ ସୂତ୍ରରେ କୋଟିଏ ସମ୍ପର୍କ

ଦେଲା ମୋତେ ମହା ଶିକ୍ଷା l


ପରିବେଶ ସାଥେ ସମ୍ପର୍କ ଯୋଡ଼ିଲି

ପ୍ରତ୍ୟାଶିତ ପ୍ରେମେ ଭିଜି

ସୁରକ୍ଷା କବଚ ହୃଦୟରେ ବହି

ମମତାର ମଧୁ ସିଞ୍ଚି l


ମାଆ ସାରଳାଙ୍କ ଆଶିଷ ପସରା

ପ୍ରତି କ୍ଷଣେ ସ୍ମରି ହୃଦେ

ସାରସ୍ୱତ ପଥେ ସମ୍ପର୍କିତ ହେଲି

ବାନ୍ଧିଲି ମୁଁ ଶବ୍ଦେ ଶବ୍ଦେ l


ପରଷି ଦେଲି ମୁଁ ସୃଷ୍ଟିର ସମ୍ଭାର

ପୁଣ୍ୟ ଭୂମି ଏ ଉତ୍କଳେ

ମଧୁର ସମ୍ପର୍କ ଗଢ଼ିଦେଲି ଦମ୍ଭେ

ସାରସ୍ୱତ ସାଥୀ ମେଳେ l


ପଞ୍ଚ ମହାଭୂତେ ଭବ୍ୟ ବନ୍ଧନରେ

ବାନ୍ଧି ହେଲି କାଳକ୍ରମେ

ସର୍ଜିଲି ସମ୍ପର୍କ ସମୟ ସାଥୀରେ

ପ୍ରୀତି ଭରା ଦିବ୍ୟ ପ୍ରେମେ l


ବିଶ୍ୱ ନିୟନ୍ତାଙ୍କ ନିର୍ଣ୍ଣିତ ନିୟମେ

ନିତି ହେଲି ନିମଜ୍ଜିତ

ନିଃଶବ୍ଦେ ନିୟତି ନିର୍ଦ୍ଦାରିତ ନୀତି

ସସମ୍ମାନେ ସମ୍ପର୍କୀତ l


ସ୍ଥାବର ଜଙ୍ଗମ ନର ପଶୁ ପକ୍ଷୀ

ସମସ୍ତଙ୍କୁ ବାଣ୍ଟି ଶ୍ରଦ୍ଧା

ସମ୍ପର୍କର ସୁଦ୍ଧା ପ୍ରାଣ ପ୍ରବାହରେ

ନିତି ହେଉଥିବି ବନ୍ଧା l


ଏତିକି ସମ୍ପର୍କ ଜଗତର ନାଥ

ରଖିଥିବ ମୋ ସାଥୀରେ

ଯେଉଁଠି ବି ଥିଲେ ତୁମ ନାମ ଗାନ

କରୁଥିବି ସଗର୍ବରେ l



Rate this content
Log in

Similar oriya poem from Abstract