STORYMIRROR

Ram Prasad Bisoi

Fantasy

2  

Ram Prasad Bisoi

Fantasy

ସଂଳାପ-୮୫

ସଂଳାପ-୮୫

1 min
13.7K


ତଥାଗତ, କିଏ ? ସେ ଲେଖାଇ ଦିଏ ଆଉ ଲେଖି ଚାଲେ,

କେତକ କହନ୍ତି !

କବି ତୁମେ ଅପ୍ରାକୃତିକ ,ପାଗଳ

ଯଦି କଳ୍ପନା,ଭାଵପ୍ରବଣତା,ପାଗଳାମି

ତା ହେଲେ ଈଶ୍ୱର ଯାହାରି କଳ୍ପନାରେ ସୃଷ୍ଟି

ବ୍ରହ୍ମାଣ୍ଡ,ପୃଥିବୀ,ଆକାଶ,ଜଳ,ଅଗ୍ନି,ଜୀବ

ସେ ବି କଣ ? ପାଗଳ,

ତଥାଗତ, କେବେ ବୁଝିଛ, ତମେ ବି ଜଣେ ------!

କବି ବି ଜଣେ ସ୍ପନ୍ଦିତ ବାସ୍ତବତାର ପ୍ରତୀକ,

ତୁମେ କହିପାର ସେ ଝୁଲି ରହେ କଳ୍ପନା ଓ ବାସ୍ତବ ମଧ୍ୟରେ କିନ୍ତୁ କେବେ ଶୁଣିବାକୁ ଚେଷ୍ଟା କରିଛ

ତା ବେଦନା

କିଛି ସତ୍ୟ ତାକୁ ଦେଇଛି ସମାଜ ଓ ସେଥିପ୍ରତି ତା ପ୍ରତିବଦ୍ଧତା ବି ରହିଛି,

ତା ଲିଖନୀରୁ ନିସୄତ ହୁଏ, ସତ୍ୟ,

ତା କଳ୍ପନା ବି ଭବିଷ୍ୟତ ପିଡ଼ିଙ୍କୁ ପଥ ପ୍ରଦର୍ଶିତ କରିଥାଏ

ତୁମ ଜୀବନ ପ୍ରଣାଳୀ ତାକୁ ଭଲ ଲାଗେନି ,

ସେ ଦେଖୁଥିବା ସ୍ବପ୍ନ ତା ସାମ୍ନାରେ ଭାଙ୍ଗି ଚୁର ମାର ହେଉଥାଏ,

ବିଳାପ କରେ, ଆନନ୍ଦ, ବାଣ୍ଟି ଚାଲେ, ପ୍ରକୃତି,ଆକାଶ,ବର୍ଷା,କାକର,ସନ୍ଧ୍ୟା,ଦିବା,ରାତି ସବୁ ତାର ,ସେଥିରେ ସେ ହଜି ଯାଏ,

ସେଥିପାଇଁ ସେ ଭିନ୍ନ, ତା ପୃଥିବୀ ଭିନ୍ନ ପୃଥିବୀ ,ସେ ଅପରିଚିତ,ପ୍ରତିତ ଚରିତ୍ର,ଅପ୍ରାକୃତିକ କାରଣ ତୁମେ ନୁହଁ ଅସାଧାରଣ ।


©®କାଶ୍ୟପ,ରାୟଗଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy