STORYMIRROR

Priyaranjan Biswal

Classics Inspirational Others

4  

Priyaranjan Biswal

Classics Inspirational Others

ସଂଗ୍ରାମ

ସଂଗ୍ରାମ

1 min
15


ସଂଗ୍ରାମ ସଂଗ୍ରାମ ସଂଗ୍ରାମ

ସମୟ ସହ ତାଳ ଦେଇ

ଜୀବନ କରି ଚାଲିଛି

ପ୍ରତି ମୂହୁର୍ତ୍ତରେ ଏଠି ସଂଗ୍ରାମ।


ଦୁନିଆ ଏଠି

ଯୁଦ୍ଧ କ୍ଷେତ୍ର

ମଣିଷ ହାତରେ ଅସ୍ତ୍ର।

କେବେ ସ୍ୱଭିମାନ

କେବେ ଅଧିକାର

କେବେ ବଞ୍ଚିବା ପାଇଁ

କରିବାକୁ ପଡେ ସଂଗ୍ରାମ।।


ସମାଜ ଏଠି

କେବେ 

ଯୁଦ୍ଧର କାରକ।

କେବେ ପୁଣି ସାଜେ 

ନୀରବ ଚାତକ।।


ପ୍ରତିଟି ମଣିଷ 

କରୁଛି ସଂଗ୍ରାମ

ସାଜି ନିଜ କାହାଣୀରେ

ନିଜେ ସେ ନାୟକ।

ସଂଗ୍ରାମ ବେଳେ

ସବୁ ସାଜନ୍ତି ଏଠି ମୂକ

ଆଉ ହାରିଗଲେ

କରନ୍ତି ଅନେକ ଶୋକ।।


ପ୍ରତି ମୂହୁର୍ତ୍ତରେ

ସଂଗ୍ରାମ ଚାଲିଛି

କିଏ ଜିତିବ?

ଆଉ କିଏ ହାରିବ?

କିଏବା ତାହା ଜାଣିଛି?


ଯୁଦ୍ଧ ବିଭିସିକା

ଜାଣିଛି ମଣିଷ

ତଥାବି

ସଂଗ୍ରାମେ ତା' ଭୂମିକା।

ସତେ ଅବା ଶାନ୍ତି

ଚିର ଶତ୍ରୁ ତା'ର,

ଆଉ

ସଂଗ୍ରାମ ଅଟଇ ପ୍ରେମିକା।।


ଭୟାବହ ହୁଏ

ଯୁଦ୍ଧ ପରିଣାମ

ନିଜ ସହ କଲେ ସଂଗ୍ରାମ।


ସବୁଠାରୁ ବେଶି

ଯନ୍ତ୍ରଣା ସହେ

ସଂଗ୍ରାମରେ ଲିପ୍ତ

ମଣିଷର ଚିତ୍ତ।

ଯେବେ

ସଂଗ୍ରାମ କ୍ଷେତ୍ରରେ

ସାଙ୍ଗ, ସାଥି, ବନ୍ଧୁ, କୁଟୁମ୍ବ

ସବୁ ଛାଡି ଯାଆନ୍ତି ହାତ।।


ଏକା ଏକା ଲଢି

ହାରି ଗଲେ ଥରେ

ଜୀବନ ହାରିବା ଥୟ।

କାରଣ

ଜୀବନ ଯୁଦ୍ଧରେ

ହାରିଯିବା ପରେ

ମୃତ୍ଯୁ ଲାଗେ ଅତିପ୍ରିୟ।।


ଥକା ମନ

 ଓ 

କ୍ଲାନ୍ତ ଶରୀର ନେଇ

ଯୋଦ୍ଧା ଚଢି ଚାଲେ 

ମୃତ୍ଯୁର ପାହାଚ।

ମନରେ ରଖି

ଅନେକ ସ୍ୱପ୍ନ ଓ ଅବଶୋଷ

ନିଜେ କରିଦିଏ

ନିଜ ଜୀବନକୁ ଶେଷ।।


ଯୁଦ୍ଧ ବେଳେ ଏକା

ଛାଡିଥିବା ଲୋକ

କହନ୍ତି ଅନେକ କଥା

ଯେବେ ଜାଳନ୍ତି ବୀରର ଚିତା।


ଏବେ

କେଉଁଟି ସତ୍ଯ?

ଆପଣ କରନ୍ତୁ ଚିନ୍ତା।

ସେ କରିଛି ଆତ୍ମହତ୍ଯା?

ନା

ଏହା ଅଟେ ଏକ

ସୁପରିକଳ୍ପିତ ହତ୍ଯା?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics