ସନେଟ୍ ପୁସ୍ତକ
ସନେଟ୍ ପୁସ୍ତକ
ମନ ଭିତରର ଦର୍ପଣ ପରି ସେ ହାତର ଶୋଭା ବଢ଼ା…!
ଆତ୍ମା ଭିତରର କଥା କହି କହି ମନ ମଧ୍ୟ ଜିତିଥାଏ…!!
ପୃଷ୍ଠାରୁ ପୃଷ୍ଠାକୁ ଓଲଟି ଚାଲଇ ଜୀବନ ପୃଷ୍ଠାଟି ପରି…!
ପ୍ରତ୍ୟେକ ପୃଷ୍ଠା ଅପରଠୁଁ ଭିନ୍ନ ପ୍ରତ୍ୟେକ ନିଃଶ୍ୱାସ ପରି…!!
ଅକ୍ଷର ଭିତରେ ଫୁଟି ହୋଇଥାଏ ଅମ୍ଳାନ ଅନେକ ଗାଥା..!
ଆଗେଇ ଚାଲଇ ଅବିରାମ ଯାହା ଅଟେ ସମୟର କଥା…!!
ପଲ୍ଲୀଠାରୁ ଦିଲ୍ଲୀ ସ୍ବର୍ଗଠୁଁ ନରକ ସବୁ ଥାଏ ତା' ଭିତରେ…!
ପିଲା ବୁଢ଼ା ଅବା ଯୁବକ ଯୁବତୀ ଏକମତ ତା' ମତରେ…!!
ଧର୍ମ କଥା କହି ମାର୍ଗକୁ ଦେଖାଏ ଶିକ୍ଷା ଦିଏ ଜୀବନର…!
ଜୀବନୀ କହେ ସେ ଜୀବନ ଶୁଣାଏ କୁହେ କଥା ସପନର…!!
ପ୍ରକୃତି ବିପତ୍ତି ନୂତନ ସମ୍ପତ୍ତି ସବୁ ତା' ଭିତରେ ମିଳେ…!
ସ୍ନେହ ପ୍ରେମ ତ୍ୟାଗ ଖେଳ ଦର୍ଶନର କଥା ସେ କୁହେ ସକଳେ…!!
ପୁସ୍ତକ ସେ ଅଟେ ଯାହା ହାତ ଧରି ଅଜ୍ଞାନୀ ଜ୍ଞାନ ଲଭଇ…!!
ବହିପଢ଼ା ବିନା ଜଗତ ଅସାର ସତ କଥା କୁହେ ମୁହିଁ…!!
