STORYMIRROR

ଅନିଲ କୁମାର ଲେଙ୍କା

Inspirational

3  

ଅନିଲ କୁମାର ଲେଙ୍କା

Inspirational

ସନେଟ୍: ଫୁଲ

ସନେଟ୍: ଫୁଲ

1 min
236

ସ୍ମିତହାସ୍ୟ ଦେଇ ଫୁଲକୁ କହିଲି ଭାଗ୍ୟବାନ ଅଟୁ ତୁହି 

ମୋ ଘର ମନ୍ଦିରେ ପୂଜା ପାଉ ପୁଣି ଭକ୍ତି ଭାବନାକୁ ନେଇ

ଫୁଲେଇ ଫୁଲଟି ତାତ୍ସଲ୍ୟେ କହିଲା ଆବାକ୍ ତାର କଥାରେ

ତୁ କିବା ଜାଣିବୁ ମୋ ମନର ବ୍ୟଥା ଦୁନିଆ ଚାଲେ ମାୟାରେ ।।

 

ପ୍ରଶ୍ନବାଚୀ ମୁଖେ ପଚାରିଲି ତାକୁ ଏମିତି କିମ୍ପା କହୁଛୁ 

ତତେ ଦେଖି ସର୍ବେ ଯେମିତି ହସନ୍ତି ତୁ ତ ସେମିତି ହସୁଛୁ 

ମିଠା ମିଠା ସ୍ୱରେ କହିଲା ଫୁଲଟି ତୋ ଘର ବାହାର ଅନା

ପ୍ଲାଷ୍ଟିକ ଫୁଲଟି କାନ୍ଥରେ ଝୁଲୁଛି ନା ଅଛି ଗନ୍ଧ ନା ବାସ୍ନା ।।

 

ତଥାପି ସଭିଏଁ ଆଦର କରନ୍ତି ଧୂଳି ତା ଦେହରୁ ଝାଡି

ମତେ ସେହି ଲୋକେ ଗଛରୁ ତୋଳିକି ଧୂଳିରେ ଦିଅନ୍ତି ଛାଡ଼ି 

ପ୍ରଜାପତି ମୋର ପାଖରେ ବସେନା ଭ୍ରମର ପିଏନି ମହୁ 

ହାତ ଗୋଡ ବାନ୍ଧି ରହିଥାଏ ମୁହିଁ ସତେକି ବନ୍ଦିନୀ ବୋହୂ ।।

 

ଉତ୍ତରେ କହିଲି ବନ୍ଦିନୀ ହେଲେବି ବନ୍ଦିତା ତୁ ଯୁଗେ ଯୁଗେ 

ତୋ ବାଟକୁ ପରା ପ୍ରଭୁ ଚାହିଁଥିବେ ମର୍ତ୍ତ୍ୟେ ପାତାଳେ ଓ ସ୍ୱର୍ଗେ ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational