STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୫୪

ସନେଟ -୫୪

1 min
13.5K


କର୍ମାଶୟେ


କବିସୌରଭ ଅନୁପ ସିଂହ ଦେବ ରାଜା ଖଡ଼ିଆଳ


ଭ୍ରାନ୍ତିସବୁ, ଭ୍ରାନ୍ତି ଏହି ଜୀବନ ସମସ୍ୟା

ଭ୍ରାନ୍ତି ଆତ୍ମା ମୁକ୍ତି ଆଶା,କରିଣ ତପସ୍ୟା ।।

ପାରିନାହିଁ କହି କେହି,ନ ପାରିବେ କହି

ପ୍ରାଣ ଯାତାୟତ ଘେନି ଲେଖିଲେ ହେଁ ବହି ।।

ପାଣିର ଫୋଟକା ସମ କାହୁଁ ସେ ଆସଇ

କ୍ଷଣକରେ ପୁଣି ସେ ଯେ ବିଲୀନ ହୁଅଇ ।।

ଖୋଜେ ସନ୍ତମସେ ଦୀପ୍ତି,ମର୍ତ୍ତ୍ୟ ଭ୍ରମେ ଭ୍ରମି

ପୁଷ୍କର ପୁଷ୍ପ ତୋଳିବା ନୁହେଁ କି ମୂର୍ଖାମୀ ।।

ଦୁଃଖେ ସୁଖେ କୋଟି କାଳ ନିୟତି ନିୟମେ

ଲିପ୍ତ ରହି ନିରବଧି ନିଜ ଧର୍ମେ କର୍ମେ ।।

ନ ଦେଇ କଷଣ ଆନ ପରାଣେ କେବେ ହେଁ

ଚଳିବ ଯଦି,ଉତ୍ତମ ବୋଲିବେ,ତେବେ ହେଁ ।।

ଶ୍ରେଷ୍ଠ ନାଗରିକ ପଦ ଲଭିବ ଅକ୍ଳେଶେ

ମରି ଅମର ରହିବ ଦେଶେ ଇତିହାସେ ।।

ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics