STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ-୩୭

ସନେଟ-୩୭

1 min
13.6K


ନିଃସଂଶୟ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ନାହିଁ ସାଧନା ନାହିଁ ତ ସଂଯମ ମୋ ଠାରେ

ମୋ ସମ ଅଭାଗା ଆଉ ଥିବେ କି ସଂସାରେ ।।

ଶକ୍ତି ନାହିଁ କରିବାକୁ ହୃଦେ ପ୍ରାଣାୟାମ

କେମନ୍ତେ ଗମିବ ପ୍ରାଣ ବଇକୁଣ୍ଠ ଧାମ ।।

କୈବଲ୍ୟ ପ୍ରାପ୍ତି କଳ୍ପନା ହତୋତ୍ସାହ ଲାଗେ

ପଥ ପ୍ରଦର୍ଶନେ ସାହା କେ ହେବ ଏ ଜଗେ ।।

କାମ,କ୍ରୋଧ,ଲୋଭ,ମୋହ-ଫାନ୍ଦେ ଧରା ପଡ଼ି

ବୃଜିନ ଅଳିଆ କୂପେ ଯାଉଅଛି ସଢ଼ି ।।

ସର୍ବେ ନିଜ ନିଜ ସ୍ଵାର୍ଥେ ବ୍ୟସ୍ତ ଏ ଜୀବନେ

ହୃଦୟବାନ ପୁରୁଷ ବିରଳ ଭୁବନେ ।।

ବିପଦେ ସାହା ହୁଅନ୍ତି ନାହିଁ କେହି ଜଣେ

ନୁହଁଇ କି ସତ ଏହା କହ ବିଜ୍ଞଜନେ ।।

ବିଭୁ ବିନେ ନାହିଁ କେହି ତାରିବାକୁ ଦୀନେ

ଉଦ୍ଧରିବେ କ୍ଷମି ଦୋଷ ନିଶ୍ଚୟ ସେ ଦିନେ ।।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics