STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୩୪

ସନେଟ -୩୪

1 min
12.9K


ମାଗୁଣି


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ମହା ବିଚିତ୍ର ଛାମୁଙ୍କ ଲୀଳା ମହାପ୍ରଭୁ

ଗୁପତ ରଖିଛ ମର ମାନବଠୁଁ ସବୁ ।।

ରବି ଶଶୀ ତାରା ଗତି କରନ୍ତି ଆକାଶେ

ଋତୁ ପରେ ଋତୁ ଆସେ ଆପଣ ଆଦେଶେ ।।

ବାଲ୍ୟ ଯୁବା ପ୍ରୌଢ଼ ଜରା ଅବସ୍ଥା ଭୋଗଇ -

ମର୍ଯ୍ୟ ଲଭି କ୍ଳେଶ ଶେଷେ ମାଟିରେ ମିଶଇ ।।

ଅହଙ୍କାର ଅଭିମାନ କେତେ ଅଭିନୟ -

କରେ,ନ କରି କାଳକୁ ମୂଢ଼ ପ୍ରାଣୀ ଭୟ ।।

ଭୋଗିଲା ମୃଗୁଣୀ ଯେଉଁ ଦୁର୍ଦ୍ଦଶା ଜାଲରେ

ଭୋଗୁଛି ତାହା ଜଗତ ଗୋଲକ ଧନ୍ଦାରେ ।।

ତାରିଛ ଯେଣୁ ସଂସାରୁ ବହୁ କଳୁଷିଙ୍କୁ

ମାଗୁଛି ବହୁ ଭରସା ରଖି ଆପଣଙ୍କୁ ।।

ମାୟା ମୋହ ବନ୍ଧନରୁ ମୁକତ କରନ୍ତୁ

ପାଦ ଘାସ ଦାସ କରି ଅନୁପେ ରଖନ୍ତୁ ।।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics