STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୨୬

ସନେଟ -୨୬

1 min
13.5K


ଅନାଏଁ ନାହିଁ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଜୀବନର କଣ୍ଟକିତ ପିଚ୍ଛିଳ ଅୟନେ

କର୍ମକ୍ଳାନ୍ତ ଅସହାୟ ଯାତ୍ରୀ ମନେ ମନେ ।।

ଇଚ୍ଛାକରି ଲଭିବାକୁ ଲବେ ଶାନ୍ତି ସୁଖ

ଲୋଡ଼େ ଇତସ୍ତତଃ ପଡ଼ି ଭ୍ରମରେ ମୂରୁଖ ।।

ନମାନି ସହସ୍ର ମନା, ବିଘ୍ନ, କ୍ଳେଶ, ବାଧା

ଖୋଜିଲେ ଯେହ୍ନେ ଶ୍ୟାମକୁ ମଧୁ ପଥେ ରାଧା ।।

ପ୍ରେମ ପାଗଳିନୀ ସମ ଦିବସ ବାସର

ଲଭି ସୁଦ୍ଧା କଶାଘାତ ଦୁଷ୍ଟା ନିୟତିର ।।

ପାରିଜାତ ଅନ୍ୱେଷଣ ନଶ୍ଵର ସଂସାରେ

ନୁହଁଇ କି ମୃଗତୃଷ୍ଣା ? ନ ବୁଝେ ସେ ତିଳେ ।।

କେତେ ନବ ନବ ରୀତି ଆଚରି ଜଗତେ

ଅରାଜକତା ନାଟକ ଭିଆଏ ସନ୍ତତେ ।।

ଅନାଏ ନାହିଁ କେବେ ହେଁ ତ୍ରିକୂଟ ସନ୍ଧିକି

ଚିର ଶାନ୍ତି ପୁଷ୍ପ ଯହିଁ ଚହଟେ ମହକି ।।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics