STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ-୨

ସନେଟ-୨

1 min
13.4K


ନ ଲିଭୁ

କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଦେଖିଲି ରଥଯାତରା ଦିନେ ଚନ୍ଦ୍ରାନନେ,

ଚୁମ୍ବକ ପ୍ରାଣ ଟାଣିଲା ତା ରୂପ ମୋ ମନେ ।।

ସେ ଦିନୁ ପ୍ରାଣ ଉଚ୍ଛନ୍ନ ହେଲା ଅବିରତ

କଞ୍ଜାନନ ତା ନାଚିଲା ନୟନେ ନିରତ ।।

ପ୍ରେମ ପ୍ରାପ୍ତି ଆଶା ଝର ସତତ ଝରିଲା

ଓଷ୍ଠାଧର ଚୁମ୍ବିବାକୁ ମାନସ ବଳିଲା ।।

ଘନ ଘନ ପ୍ରୀତି ବାର୍ତ୍ତା ପେଶିଲି ତା ପାଶ

ନ ପାଇ ଉତ୍ତର ହେଉଥାଏଁ ମୁଁ ନିରାଶ ।।

ଦଶହରା ଯାତ୍ରା କାଳେ ଲଭିଲି ପ୍ରିୟାକୁ

ପ୍ରେମ ପରଶେ ଭୁଲିଲି ନିଜେ ମୁଁ ନିଜକୁ ।।

ସେ ଦିନୁ ବାମା ପୀରତି ମୋ ମନ ମୋହିଛି

ସ୍ନେହ ଆଲିଙ୍ଗନ-ପାଶେ ନିବିଡେ ବାନ୍ଧିଛି ।।

ଜଣାଏଁ ପ୍ରଭୁ ହେ ! ଦିଅ ଯୁଗଳେ ଏ ଭିକ୍ଷା

ନ ଲିଭୁ ଜୀବନେ ଆମ୍ଭ ପ୍ରେମ ବହ୍ନିଶିଖା ।।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics