STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୧୮

ସନେଟ -୧୮

1 min
13.8K


ପ୍ରହେଳିକା


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ସ୍ୱର୍ଗ ଲାଭ ଇଚ୍ଛେ ନର ନିରବଧି ମନେ

ଭାଳି ଭାଳି ଆତ୍ମହରା ହୁଏ କ୍ଷଣେ କ୍ଷଣେ ।।

ଦାରିଦ୍ର୍ୟ, ବୁଭୁକ୍ଷା,କ୍ଲେଶ ସେ ରାଜ୍ୟେ ନାହିଁ କି

ଦୁରିତ ଦୈତ୍ୟର ତହିଁ ପ୍ରବେଶ ନାହିଁ କି ?

ଚିନ୍ତା-ଅରି ହଇରାଣ ତହିଁ ନ କରେ କି

ତହିଁ ଗଲେ ଜୀବ ମୋକ୍ଷ ହେଲେ ଲଭଇ କି ?

ମରତେ ବୈକୁଣ୍ଠ ଭୋଗ ସତରେ ନାହିଁ କି

ଜୀବନେ ପ୍ରହର୍ଷ ଲିପ୍ସା,ଭ୍ରମ ଓ ସ୍ୱପ୍ନ କି ?

ପରପାରେ ଗମଇ କି ଆତ୍ମା ସ୍ୱର୍ଗପୁର

ଲଭେ କି ଜୀବ ଶ୍ରମର ପୂର୍ଣ୍ଣ ପୁରସ୍କାର ।।

ମୃତ୍ୟୁ ଦ୍ୱାରେ ଯେଣୁ ମାୟା ଗୁରୁ ଜବନିକା

ଢାଙ୍କିଛି,ହୋଇଛି ଏହା ଏକ ପ୍ରହେଳିକା ?

ନୀଚ ମର୍ତ୍ତ୍ୟୁ ଉଚ୍ଚ ସ୍ୱର୍ଗ ଲାଭର କଳ୍ପନା

ନୁହଁଇ କି ଅଜ୍ଞ ନର-ଆତ୍ମ ପ୍ରବଞ୍ଚନା ?

ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics