STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୧୪

ସନେଟ -୧୪

1 min
13.5K


ଲାଲୁସାହେବଙ୍କ ବିୟୋଗେ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ବୟୋଜ୍ୟେଷ୍ଠ ଥିଲ ତୁମେ ଚଉହାନ କୁଳେ

ପୂଜିଲ ଜୀବନସାରା ବହୁ ଭକ୍ତି ବଳେ ।।

କାଦମ୍ବରୀ କଞ୍ଜପାଦ,ତାପସ ଶେଖର

ବହଇ ଦେଶେ ସୁନାମ ଯଶ କୀର୍ତ୍ତି ଝର ।।

ବାକ୍ୟୁ ତବ ଝରୁଥିଲା ସରଳତା-ସୁଧା

ଶୁଣି ଲଭୁଥିଲେ ଲୋକେ ଅପାର ଶରଧା ।।

ଗୁଣୁଥିଲେ ଗୁଣୀଜନ ଅମୂଲ୍ୟ ସୁଗୁଣ

ହର୍ଷ ଲଭୁଥିଲେ ସର୍ବେ ଲଭିଲେ ଦର୍ଶନ ।।

ମଉଳେ କି ଅବ୍ଜ କେବେ ମଧ୍ୟାହ୍ନ ଦିବସେ

ମଉଳିଲା ପ୍ରାଣ-ପଦ୍ମ ମଧ୍ୟମ ବୟସେ ।।

ଅକାଳେ ବ୍ରାହ୍ମୀସାଧକ ଆମ୍ଭ ଆଶା-ଭେଳା

କୁଟିଳ କରାଳ କାଳ ବଳେ ବୁଡାଇଲା ।।

ରହୁ ଚିରନ୍ତନ ଯଶ ତବ ମହୀତଳେ

ଲଭୁ ସଦଗତି ପରାଣ ଈଶ କୃପାବଳେ ।।

ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics