STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୧୩

ସନେଟ -୧୩

1 min
14K


ନିଠୁରା


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ନାହିଁ ମନ୍ଦାକ୍ଷ ତୋ ଠାରେ ଜଘନ ଚପଳା

ନତନୁ-ସେବଧି ତନୁ-ସଦନେ ତୋଭରା ।।

ନେତ୍ର ବାଣ ପଞ୍ଚବାଣ ବାଣୁ ବଳି ତୀକ୍ଷ୍ଣ

ନଳିନୀ ନିଶେଶ ଜିତ ଲାବଣ୍ୟ ଲପନ ।।

ନାରଜୀବନ ସୁକାନ୍ତି ଜିତ ଅପଘନ

ନିଏ ଟାଣି ସହଜରେ ଅଭିକଙ୍କ ମନ ।।

ନିଶୀଥେ ଚୌପାଶେ ବେଢ଼ି ଥାନ୍ତି ବରାସନେ

ନିରତେ ଘେରନ୍ତି ଦୀପେ ପତଙ୍ଗ ଯେସନେ ।।

ନିତାନ୍ତ କୁତ୍ସିତ ସଙ୍ଗେ ମାତୁ ରଙ୍ଗରସେ

ନୋଟ ଗଣା ମୂଳ ମନ୍ତ୍ର ଜପୁ ତୁ ରଭସେ ।।

ନୁହେଁ ନିର୍ମଳ,ଗରଳ ଭରା ତୋର ପ୍ରୀତି

ନିର୍ବୁଦ୍ଧି ପଡ଼ି ସେ ଫାନ୍ଦେ ସର୍ବସ୍ବ ହରାନ୍ତି ।।

ନ ମାରି ସାରୁ ତୁ ଲକ୍ଷ ଲକ୍ଷଙ୍କୁ ସଂସାରେ

ନିଠୁରା ! କେଉଁ ଅମୋଘ ଇନ୍ଦ୍ରଜାଲ ବଳେ ।।

ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics