STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୧୦

ସନେଟ -୧୦

1 min
13.6K


ସ୍ପର୍ଶନେ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ହୃଦପୁର ରାଧା ମମ ପ୍ରାଣ ଆହ୍ଲାଦିନୀ

ହରିଜିଣା ସୁବଚନା ହରିଦ୍ରା ବର୍ଣ୍ଣିନୀ ।।

ଦ୍ଵିଜରାଜମୁଖୀ ମତ୍ତ ଦ୍ଵିରଦ ଗାମିନୀ

କଳାକର-କାଶ-କୁନ୍ଦ ଜିତ ସୁହାସିନୀ ।।

ତ୍ରିଯାମା ସୁନ୍ଦରୀ, ତନ୍ବୀ,ତ୍ରିପୁର ମୋହିନୀ

ଅଟୁ ମୋ ଜୀବ ଜୀବନ ଆଦରିଣୀ ଧନୀ ।।

ଅୟି ଅନିନ୍ଦ୍ୟା ! ଅପାର ଆନନ୍ଦ ଦାୟିନୀ

ପୂର୍ଣ୍ଣେନ୍ଦୁଜିତ ବଦନୀ ଘେନ ମୋ ଦୟିନୀ ।।

ମହୀରୁହେ ବଲ୍ଲୀ ବତ ନିବିଡେ ସଜନି !

ମୋ ଅଙ୍ଗେ ଥିବୁ ତୁ ଜଡ଼ି ବାସର ରଜନୀ ।।

ନ ପାରିବ ସ୍ପର୍ଶି ତନୁ ଚିତ୍ରରଥସୁତ

ନିବାସ ପ୍ରବେଶ ଚେଷ୍ଟା କରୁଛି ସତତ ।।

ସତୀତ୍ଵ ଦୀପ୍ତି ଝଲସେ ତୋ ଅଙ୍ଗୁ ନିରତ

ମୋ ବିନୁ ସ୍ପର୍ଶିଲେ ଆନ ହେବ ଭସ୍ମୀଭୂତ ।।

ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics