STORYMIRROR

Sunanda Mohanty

Abstract Action Classics

3  

Sunanda Mohanty

Abstract Action Classics

ସନ୍ଧ୍ୟା

ସନ୍ଧ୍ୟା

1 min
208


ସନ୍ଧ୍ୟା ଗୋ ତୁମ କଲା ଶାଢ଼ୀର ପଣତ ସୁନ୍ଦର

ତାରା ଭରା ଧଳା ରଙ୍ଗରରେ ସୁଶୋଭିତ

ପଣତରେ ବାନ୍ଧି ଜହ୍ନ ମାମୁଁ ସାଥେ ମିତ

ସନ୍ଧ୍ୟାଗୋ ତୁମ କଳା ଘୁମର ବେଣୀରେ ଉଲ୍କାପାତ

ତୁମ କବରୀର ବାସ ଛୁଟେ ସଞ୍ଜବତି ଧୂପ ଝୁଣା ସହିତ

ତୁମେ ଆସିବା ଆଗରୁ ସୁର୍ଯ୍ୟ ଫେରନ୍ତି ଘରକୁତ

ତୁମ ଆଗମନେ ଗାଁରେ ଗୋଠ ବାହୁଡା଼ କୋଳାହଳ ବହୁତ

ପରେ ପରେ ଶୁଭେ ରାମାୟଣ ଭାଗବତ

ଗାଁ ଓ ସହର ହେଉ ବି ନଗର ତୁମ ଆଗମନି ଗୀତ

ରହି ରହି ଶୁଭେ ଘଣ୍ଟା ଘଣ୍ଟ ହୁଳହୁଳି ଛନ୍ଦପାତ

ତୁମେ ଗୋ ଶ୍ୟାମଳୀ ରଖି ତୁମ ମାନ ମହତ

ଆସ ଛପି ଛପି ଭଲ ପାଏ କବି ବହୁତ

ତୁମେ କର ଆନମନା କାହାକୁ ବିରହ ସଂଗୀତ

ଜ୍ଞାନ ଗରିମା ଓ ବହିପତ୍ର ଧରି ଶିଶୁ ସେତ

ପାଠ ପଢ଼ି ବଡ ମଣିଷ ହୋଇବ ପ୍ରାର୍ଥନା କରେ ବହୁତ

କିଏ ଗୁହାଳରେ ଗାଈ ସେବା କରି ଆନନ୍ଦିତ

କିଏ ରୋଷେଇରେ କିଏ ଶୁଣେ ଦି ପଦ ଗୀତା ଭାଗବତ।

 ସ୍ଵାଗତ ସନ୍ଧ୍ୟା, ଆଲୋକର ମୂଲ୍ୟ ସନ୍ଧ୍ୟା ବୁଝାଏ ନିର୍ଲିପ୍ତ

ତୁମେ ଆସିଗଲେ ବାସେ ପଞ୍ଚାମୃତ ପଞ୍ଚାମୃତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract