ସନ୍ଧ୍ୟା
ସନ୍ଧ୍ୟା
ସନ୍ଧ୍ୟା ଗୋ ତୁମ କଲା ଶାଢ଼ୀର ପଣତ ସୁନ୍ଦର
ତାରା ଭରା ଧଳା ରଙ୍ଗରରେ ସୁଶୋଭିତ
ପଣତରେ ବାନ୍ଧି ଜହ୍ନ ମାମୁଁ ସାଥେ ମିତ
ସନ୍ଧ୍ୟାଗୋ ତୁମ କଳା ଘୁମର ବେଣୀରେ ଉଲ୍କାପାତ
ତୁମ କବରୀର ବାସ ଛୁଟେ ସଞ୍ଜବତି ଧୂପ ଝୁଣା ସହିତ
ତୁମେ ଆସିବା ଆଗରୁ ସୁର୍ଯ୍ୟ ଫେରନ୍ତି ଘରକୁତ
ତୁମ ଆଗମନେ ଗାଁରେ ଗୋଠ ବାହୁଡା଼ କୋଳାହଳ ବହୁତ
ପରେ ପରେ ଶୁଭେ ରାମାୟଣ ଭାଗବତ
ଗାଁ ଓ ସହର ହେଉ ବି ନଗର ତୁମ ଆଗମନି ଗୀତ
ରହି ରହି ଶୁଭେ ଘଣ୍ଟା ଘଣ୍ଟ ହୁଳହୁଳି ଛନ୍ଦପାତ
ତୁମେ ଗୋ ଶ୍ୟାମଳୀ ରଖି ତୁମ ମାନ ମହତ
ଆସ ଛପି ଛପି ଭଲ ପାଏ କବି ବହୁତ
ତୁମେ କର ଆନମନା କାହାକୁ ବିରହ ସଂଗୀତ
ଜ୍ଞାନ ଗରିମା ଓ ବହିପତ୍ର ଧରି ଶିଶୁ ସେତ
ପାଠ ପଢ଼ି ବଡ ମଣିଷ ହୋଇବ ପ୍ରାର୍ଥନା କରେ ବହୁତ
କିଏ ଗୁହାଳରେ ଗାଈ ସେବା କରି ଆନନ୍ଦିତ
କିଏ ରୋଷେଇରେ କିଏ ଶୁଣେ ଦି ପଦ ଗୀତା ଭାଗବତ।
ସ୍ଵାଗତ ସନ୍ଧ୍ୟା, ଆଲୋକର ମୂଲ୍ୟ ସନ୍ଧ୍ୟା ବୁଝାଏ ନିର୍ଲିପ୍ତ
ତୁମେ ଆସିଗଲେ ବାସେ ପଞ୍ଚାମୃତ ପଞ୍ଚାମୃତ ।