STORYMIRROR

LALIT MOHAN DASH

Romance Tragedy

4  

LALIT MOHAN DASH

Romance Tragedy

ସନ୍ଧ୍ୟା ସବୁଜିମା

ସନ୍ଧ୍ୟା ସବୁଜିମା

1 min
279

        

ଭାସି ଭାସି ଆସେ

          କୁହୁକୀ ପବନ

ସବୁଜିମା କ୍ଷେତ ଛୁଇଁ,

           ନୀଳାଭ ଗଗନ

ନୀଳିମାକୁ ଦେଖି

         ମୋ ମନ ଆପେ ଦୋଳଇ ।


ଗହିରୀ ପାଟର

        ଦୂର ଦିଗନ୍ତରେ

ଠିଆ ନାରିକେଳ ମାଳ,

         ଗାଆଁ ବାଡି ପଟ

ସରୋବର ବନ୍ଧେ

         ରମ୍ଭା ବୃକ୍ଷ ଅସମ୍ଭାଳ।


ସବୁଜ ସୀମାରେ

         ଶୁଭ୍ର ବକ ପନ୍ତି

ଟିପି ଚନ୍ଦନ ପରାୟେ,

         ହିଡ ମୁଣ୍ଡେ ବସି

ଧ୍ୟାନରେ ମଗନ

        ମନ ମୀନ ପାଶେ ଥାଏ।


କି ସୁନ୍ଦର ଆହା

        ସନ୍ଧ୍ୟା ଆକାଶର

ନୀଡ ଫେରା ପକ୍ଷୀ ବୃନ୍ଦ,

         ଶ୍ୟାମଳା ଧରଣୀ

ମଧୁ କାକଳିରେ

         ପାଏକି ସରଗ ଚାନ୍ଦ।


ଅସ୍ତାଚଳ ରବି

        କିରଣ ବୁଣଇ

ଖୁସିର ସୁନେଲି ଧାରା,

         ସୁନେଲି କିରଣ

ପସରାରେ ଝରେ

         ଲହରା ଖୁସି ଅସରା।


କେଦାରେ କେଦାରେ

          ଢେଉ ଖେଳୁଥାଏ

ଧାନ ତଳି ଝୁଲି ଝୁଲି,

          ବେପଥୁ ପଥିକ

ବାରମ୍ବାର ଦେଖେ

          ପ୍ରକୃତିକୁ ବୁଲି ବୁଲି।


ସୁରମ୍ୟା ପ୍ରକୃତି

        ଶୋଭା ଶ୍ୟାମଳାଶ୍ରୀ

ଚିର ଆନନ୍ଦଦାୟିନୀ,

          ସୁଷମା ଘେରା ତା

ସବୁଜ ପଣତେ

         ସୃଷ୍ଟି ଶକ୍ତି ସମ୍ମୋହିନୀ।



Rate this content
Log in

Similar oriya poem from Romance