STORYMIRROR

linki barik

Inspirational Others

3  

linki barik

Inspirational Others

"ସଂଧ୍ୟା ଭ୍ରମଣ"

"ସଂଧ୍ୟା ଭ୍ରମଣ"

1 min
213

ଖୁବ୍ ମୁଗ୍ଧକର ଅନୁଭବ ଏ ସଂଧ୍ୟା ଭ୍ରମଣ,

ମନ ତଳେ ଜାଗି ଉଠେ କିଛି ଭିଜା ସ୍ମୃତି ସହ କିଛି ପାଗଳପଣ।


ଏପାଖେ ପ୍ରକୃତି କରେ ଆଲିଙ୍ଗନ

ଆରପାଖେ ସ୍ମୃତିସୌଧର କରବର୍ଦ୍ଧନ,

କା ପାଶେ ଯିବି ମୁଁ ନପାରେ ସ୍ଥିର କରି

ଦୁହିଁଙ୍କୁ ଆପଣାର କଲି ମନଭରି।


ନିର୍ଜନ ପଥେ ଗତି ମୋ ନିସଙ୍ଗ

ଭାବନା ସୁଅରେ ନିସ୍ତବ୍ଧ ମୋ ଅଙ୍ଗ,

ପ୍ରମାଦ ଆସେ ମନେ ଏ ସଂଧ୍ୟାକାଳେ

ସ୍ୱପ୍ନେ ପ୍ରମାଦୀ ହୁଏ ମୁଁ କାଳବଳେ।


ପ୍ରେକ୍ଷଣ ମନ ମୋ ହୁଏ ତତ୍ପର

ପ୍ରକୃତି କୋଳେ ସୌନ୍ଦର୍ଯ୍ୟ ସାର,

ପ୍ରେଖ୍ୟଣିକା ମୁଁ ଯେ ତରୁ ଲତାର

ପ୍ରେଖ୍ୟଣିୟ ସେ ଯେ ପରିଧି ଆଖିର।


ପ୍ରାସାଦ ମଣ୍ଡନା ତପନ ଶୋଭା ରମଣୀୟ

ପ୍ରାସାଦ ଚୁଡ଼ାରୁ ସତେ ବହେ ରୁଧିର,

ପ୍ରାସାଦମଣ୍ଡନା ଝଲସି ଉଠେ

ପ୍ରସାଦିନୀ ପ୍ରାଙ୍ଗଣେ ଦୀପ ଜଳାଏ

ପ୍ରସାଦିତ ବୃନ୍ଦାବତୀ ରୂପ ସୁନ୍ଦର

ସଂଧ୍ୟା ଭ୍ରମଣ ଯେ ଆନନ୍ଦ ସାର।


ଏପାଖୁ ମନ୍ଦୀରର ଘଣ୍ଟ ହୁଳହୁଳି

ସେପାଖୁ ଆଲ୍ହା–ହୋ–ଆକବର,

ଆସୁଛି ଭାସି ଦୁଇଟି ଭକ୍ତିର ସ୍ୱର

ହିମଋତୁର ଆଧିପତ୍ୟ ବିସ୍ତାର

ଶିତକ ଶୀତରେ ଦେହ ଥରଥର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational