ସ୍ନାନ ମଣ୍ଡପ ରେ ବିଜେ ଶ୍ରୀଜୀଉ
ସ୍ନାନ ମଣ୍ଡପ ରେ ବିଜେ ଶ୍ରୀଜୀଉ
ଆରେ କହ୍ନେଇ ରେ,
କିଏ କହେ ରେ,
ଦ୍ଵାପର ଯୁଗରେ,
ଗୋପୀଙ୍କ ବସ୍ତ୍ର ରେ,
ଚୋରେଇ ନେଇ ଥିଲୁରେ,
ତାଙ୍କୁ ଶିକ୍ଷା ଦେବା ପାଇଁରେ।
ହେଲେ ଅନୁମତି ନ ନେଇରେ,
ଵସ୍ତ୍ର ନେବା ଦୋଷ କରିଲୁରେ,
ସେ ପାଇଁ ଗୋପୀ ରାଗିଥିଲେ ରେ,
ରାଗି କରି କହିଥିଲେ ରେ,
ଆରେ ଆରେ କହ୍ନେଇ,
ଆମକୁ ଭଲ ଉପଦେଶ ଦେଲୁ ତୁହି,
ଆମେ ତୋ କଥା ମାନିବୁ,
କେବେ ଆଉ ଉଲଗ୍ନ ହୋଇ ନ ଗାଧେଇବୁ ।
ହେଲେ ତୁ ଜାତିବାଦ କରିଲୁରେ ,
କେବଳ ନାରୀକୁ ସଂସ୍କାର ଶିକ୍ଷା ଦେଲୁରେ,
ତୁମ ପୁରୁଷ ଲୋକର କଣ ଇଜ୍ଜତ ନାହିଁରେ,
ବାଟେ ଘାଟେ ଯାହା ଇଚ୍ଛା ତାହା କର ରେ,
ଆମର ବସ୍ତ୍ର ନେଇ ,ଆମର ତୁ ମାନ ହରିଲୁ ରେ,
ତେଣୁ ଆମେ ସବୁ ଗୋପୀ
ତତେ ଆଭିଶାପ ଦେଉରେ,
ତୁ ବି ଦିନେ ସାରା ଜଗତ ଆଗରେ ,
ସ୍ନାନ କରିବୁରେ ।
ଝିନ ପାଟ ବସ୍ତ୍ର ରେ ତୋ ଗାଧୋଇବା,
ସାରା ଜଗତ ଦେଖିବେ ରେ,
ସେ ଦେଖିବା ଲାଜ ସହି ନ ପାରି,
ଜ୍ଵର ଆଣିଲା କହି ତୁ ଲୁଚିବୁ ଶିରିମନ୍ଦିରରେ ।
ଜଗତର ନାଥ ଜଗନ୍ନାଥ,
ହସି ମୁଣ୍ଡ ଟୁଙ୍ଗାରିଲେ ରେ,
ଗୋପୀମାନେ ମୋ ପ୍ରିୟ ଭକତ ଲୋ,
ତୁମ କଥା ନିଶ୍ଚେ ରଖିବି ରେ ।
କଳିଯୁଗେ ଜୈଷ୍ଠ ପୂର୍ଣ୍ଣିମା ଦିନ ରେ,
ଖୋଲା ମଞ୍ଚରେ ଗାଧୋଇବି ରେ,
ସମସ୍ତେ ମତେ ଦେଖିବେ ରେ,
ସେଥିପାଇଁ ଶ୍ରୀମନ୍ଦିରେ ମୁଁ ଲୁଚିବି ରେ ।
ସେଥିପାଇଁ ଜୈଷ୍ଠ ପୂର୍ଣ୍ଣିମା ଦିନ ରେ,
ମୁକ୍ତ ଆକାଶ ତଳ ରେ,
ସମସ୍ତଙ୍କ ଆଗରେ,ସ୍ନାନ ମଣ୍ଡପ ରେ,
ଶ୍ରୀଜୀଉ ବିଜେ କରେ ରେ।
ସବୁ ଗୋପୀ ଭକତ ହୋଇ ଜନ୍ମିଲେ,
ଶହେ ଆଠ ଗରା ନୂଆଁ କୂଅ ପାଣିରେ,
ଶ୍ରୀକୃଷ୍ଣ ରୂପ ଶ୍ରୀଜୀଉ କୁ ଗାଧିବା ଦେଖି,
ଆନନ୍ଦେ ବିଭୋର ହେଲେ ରେ,
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
ଶରଣ ରକ୍ଷଣ ମମ,କହି ଡାକ ଦେଲେରେ।
ଗାଧୋଇ ଗାଧୋଇ ଜ୍ଵର ହେଲା କହି,
ଗମ୍ଭିରୀ ଭିତରେ ରହିଲେ ରେ,
ଶ୍ରୀମନ୍ଦିରେ ଦର୍ଶନ ନ ପାଇ ଭକତ,
ଅଲାର ନାଥ ରେ ଦର୍ଶନ କଲେରେ।
ଦେଵ ସ୍ନାନ ପୂର୍ଣ୍ଣିମା ପର ଦିନ,
ଗଜ ବେଶ ଦେଖି ଭକତ,
ବନସ୍ତେ ରଜ ପାଇଁ ଡାକୁଥିବା,
ଗଜକୁ ମନେ କରି କରି,
ରଜ ପାଇଁ ସଜବାଜ ହେଲେ ରେ।
ଗରମ ତ ତାତି ସହି ନପାରି,
ଗରା ଗରା ପାଣି ଗାଧୋଇ,
ଆତ୍ମତୃପ୍ତି ଲାଭ କଲୁରେ,
ତତେ ଦେଖି ଦେଖି ଗୋପୀ ଭକତ,
ତୋ ଦୟା ରୁ ଜଗନ୍ନାଥ ରେ,
ସୁଖ ଶାନ୍ତି ରେ ରହିଲେ ରେ ।