Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puja Badi

Action

3  

Puja Badi

Action

ସମୟର ସ୍ରୋତରେ......

ସମୟର ସ୍ରୋତରେ......

1 min
185



ସମୟ ସ୍ରୋତରେ ବହି ଚାଲିଛି 

ରହି ଏବେ ନୀରବ ଏକା ,

ବାଲିଘର କରି ଖେଳୁଥିଲୁ ବୋଲି

ହୋଇଛି ବାଲିରେ ଚାଲିବାର ନିଶା ।


ଗଢିଥିଲୁ କାହିଁ କାଗଜ ଡ଼ଙ୍ଗାଟେ

କେତେ ଯତନ କରି,

କାହା ଆପଣାର ହେବି ବୋଲି ମୁଁ

କିଛି ନେଇ ଆଶା ଅସୁମାରୀ ।


ଏଇ ଜୀବନ ଯାତ୍ରାରେ ଆମେ ସେ ଯାତ୍ରୀ

ସଦା ଚାଲିଥାଉ ଆଗକୁ ପାଦ ପକାଇ,

ଯାତ୍ରାକାଳରେ କେବେବି ଆମ ପାଦ

ପଛକୁ ଘୁଞ୍ଚେ ନାହିଁ ।


ଜୀବନ ଆମର ସମୟ ସ୍ରୋତରେ

ସଦା ଚାଲୁଥାଏ,

ବିତିଗଲା ସମୟ କେବେହେଲେ ପୁଣି

ପଛକୁ ଫେରି ନ ଥାଏ ।


ଆଜିର ଦିନଟି ଆଜିକ ପାଇଁ

କାଲି ସେ ନ ଆସିବ,

ଯେଉଁ କାର୍ଯ୍ୟ ଆଜି କରିବାକୁ ଅଛି

ଆଜି ହିଁ କରିବାକୁ ହେବ ।


ସମୟ ସ୍ରୋତରେ ବାନ୍ଧି ହୋଇ ସବେ

ନିଜ କାମକରି ଚାଲିଛନ୍ତି,

ସମ୍ପର୍କ କୁ ସବେ ଧ୍ୟାନ ନ ଦେଇଣ

କର୍ତ୍ତବ୍ୟ କୁ ଭୁଲୁଛନ୍ତି ।


ସମୟ ସ୍ରୋତଟି ଭସାଇ ନିଏ

କରି ମନୁଷ୍ୟକୁ କଲବଲ,

ସମୟ ସମୟରେ ଚାଲି ନ ପାରିଲେ

ବୁଝେ ନାହିଁ କେବେ ସମୟର ମୂଳ ।


         


Rate this content
Log in

Similar oriya poem from Action